Latest

ମା ଓ ଝିଅଙ୍କ ଉପରେ ଚଢିଗଲା ତେଲ ଟ୍ୟାଙ୍କର, ଘଟଣାସ୍ଥଳରେ ଚାଲିଗଲା ଜୀବନ

ବସ୍ତା ୧୫/୦୮ : ( ପ୍ରଶାନ୍ତ ସେନାପତି) ମା ଓ ଝିଅଙ୍କ ଉପରେ ଚଢିଗଲା ଇଣ୍ତିୟାନ ଅଏଲ ତେଲ ଟ୍ଯାଙ୍କର । ଘଟଣାସ୍ଥଳରେ ଉଭୟଙ୍କର ମୃତ୍ଯୁ ଘଟିଛି । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ର ମଥାନୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ମୃତକ ଦୁଇଜଣ ବସ୍ତା ଥାନା ଅନ୍ତର୍ଗତ ଗହିର ସିମୁଳିଆ ଗ୍ରାମର ମୁନି ଟୁଡୁ ଏବଂ ତାଙ୍କ ୯ ବର୍ଷର ଝିଅ ଶାନ୍ତି ବୋଲି ଜଣା ପଡିଛି ।

ସୂଚନା ଅନୁସାରେ, ପଶ୍ଚିମବଙ୍ଗ ରୁ ବାଲେଶ୍ବର ଅଭିମୁଖେ ଯାଉଥିବା ଏକ ଇଣ୍ତିୟାନ ଅଏଲ ତେଲ ଟ୍ଯାଙ୍କର ୧୬ ନମ୍ବର ଜାତୀୟ ରାଜପଥର ମଥାନୀ ଛକ ନିକଟରେ ଭାରସାମ୍ଯ ହରାଇ ରାସ୍ତାରେ ଯାଉଥିବା ମା ଓ ଝିଅଙ୍କ ଉପରେ ଚଢି ଯାଇ ରାସ୍ତା ର ୧୫ ଫୁଟ ତଳକୁ ଖସି ପଡିଥିଲା । ଟ୍ଯାଙ୍କର ଚକା ତଳେ ଚାପି ହୋଇ ମା ଝିଅ ଘଟଣା ସ୍ଥଳରେ ମୃତ୍ଯୁବରଣ କରିଥିଲେ । ଟ୍ଯାଙ୍କର ଚକ ତଳେ ମୃତ ଦେହ ଚାପି ହୋଇଥିବାରୁ ଅଗ୍ନିଶମ ବାହିନୀ ଏବଂ ପୋଲିସ ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି ।