Latest

ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ

ଚଣ୍ଡିଗଡ ୧୮/୦୯ : (ସଂକେତ୍ ଟିଭି) ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଇସ୍ତଫା ଦେ​ଇଛନ୍ତି । ବହୁ ବାଦ ବିବାଦ ପରେ ଶେଷରେ କ୍ୟାପଟେନ୍‌ ଅମରିନ୍ଦର ମୁଖ୍ୟମନ୍ତ୍ରୀ ଚୌକି ଛାଡିଛନ୍ତି । ପଞ୍ଜାବ କଂଗ୍ରେସରେ କ୍ୟାପଟେନ୍‌ ଅମରିନ୍ଦରଙ୍କୁ ନେଇ ଲାଗିରହିଥିବା ବିବାଦ ଶେଷରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରିଛି । ଦୀର୍ଘଦିନ ଧରି ଦଳର ନେତା ଏବଂ ହାଇ କମାଣ୍ଡଙ୍କ ସହିତ ଅମରିନ୍ଦର ସିଂହଙ୍କ ବିବାଦ ଲାଗିରହିଥିଲା । ଏବେ କିନ୍ତୁ ଏଥିରେ ଲାଗିଛି ବିରାମ ।

ସୂଚନା ଅନୁସାରେ, ଆଜି ଅପରାହ୍ଣ ୫ଟା ବେଳେ କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଥିବାବେଳେ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦିଆଯାଇନଥିଲା । ଏହା ପରେ ମୁଖ୍ୟମନ୍ତ୍ରୀ ଇସ୍ତଫା ପାଇଁ ନିଷ୍ପତ୍ତି ନେଇଥିଲେ ।

କଂଗ୍ରେସ ବିଧାୟକ ଦଳ ବୈଠକରେ ନବଜ୍ୟୋତ ସିଂ ସିଦ୍ଧୁଙ୍କ ଶିବିର ପକ୍ଷରୁ ଜଣେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପାଇଁ ଦାବି କରିପାରନ୍ତି । ସିଦ୍ଧୁଙ୍କ ପଛରେ ଗାନ୍ଧି ପରିବାରର ସମର୍ଥନ ଥିବାରୁ ତାଙ୍କ ଦାବିକୁ ଗ୍ରହଣ କରାଯିବାର ସମ୍ଭାବନା ରହିଛି । ତେବେ ଅମରିନ୍ଦରଙ୍କ ପଛରେ କିଛି ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି ।