FeaturedLatest

ବେଆଇନ ବନ୍ଧୁକ କାରବାରର ପର୍ଦାଫାଶ, ୫ଟି ବନ୍ଧୁକ ସହ ୧୨ ରାଉଣ୍ଡ ଗୁଳି ଜବତ, ୪ ଗିରଫ

କଟକ ୨୦।୧୦: (ସଂକେତ ଟିଭି) ବେଆଇନ ବନ୍ଧୁକ କାରବାର କରୁଥିବା ଅଭିଯୋଗରେ ପୋଲିସ କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଅଞ୍ଚଳରୁ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୫ଟି ବନ୍ଧୁକ ଓ ୧୨ ରାଉଣ୍ଡ ଗୁଳି । ଜଣଙ୍କ ଘର କଟକରେ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କ ଘର ଜଗସିଂହପୁରରେ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି । ତେବେ ବିଦ୍ୟାଧରପୁର ଅଞ୍ଚଳରେ ଏହି ବନ୍ଧୁକ କାରବାର ଚାଲିଥିବା ବେଳେ ଚଢାଉ କରି ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଥିଲା ।

ଗିରଫ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ମାମଲା ରହିଥିବା ବେଳେ ଅଭିଯୁକ୍ତମାନେ କେଉଁଠାରୁ ଆଉ କିଭଳି ବନ୍ଧୁକ ଆଣିଥିଲେ ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି । କଟକ ସହରରକୁ କ୍ରାଇମ୍ ଫ୍ରି କରିବା ପାଇଁ କମିଶନରେଟ୍ ପୋଲିସ ଜାରି ରଖିଥିବା ଅଭିଯାନରେ ଚୋରା ବନ୍ଧୁକ କାରବାର, ନିଶା କାରବାର ସହ ପେଶାଦାର ଅପରାଧୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୋଲିସ କମିଶନର କହିଛନ୍ତି ।