CulturalLatest

ଚଳିତ ମାସ ଶେଷ ପର୍ଯ୍ୟନ୍ତ ବାଲେଶ୍ବର ଜିଲ୍ଲାର ସମସ୍ତ ମନ୍ଦିରରେ ଦର୍ଶନ ବନ୍ଦ

ବାଲେଶ୍ବର, ୦୯/୦୧: (ସଂକେତ୍ ଟିଭି) କରୋନା ପାଇଁ ବାଲେଶ୍ବର ଜିଲ୍ଲାର ସମସ୍ତ ମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି। ମନ୍ଦିରରେ ଠାକୁରଙ୍କ ପୂଜାନୀତି ଯଥାରୀତି ଚାଲିବ। କିନ୍ତୁ ଭକ୍ତମାନେ ଦର୍ଶନ କରିପାରିବେ ନାହିଁ। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଜିଲ୍ଲାର ସମସ୍ତ ମସଜିଦ୍, ଚର୍ଚ୍ଚ ସମେତ ଧର୍ମାନୁଷ୍ଠାନ ଗୁଡିକରେ ଏହି କଟକଣା ବଳବତ୍ତର ରହିବ ।

ବିଜ୍ଞପ୍ତି ଅନୁସାରେ ବାଲେଶ୍ବର ଜିଲ୍ଲାର ଚନ୍ଦନେଶ୍ବର, ଭୂଷଣ୍ଡେଶ୍ବର, ଖୀରଚୋରା ଗୋପୀନାଥ, ପଞ୍ଚଲିଙ୍ଗେଶ୍ବର, ନୀଳଗିରି ଜଗନ୍ନାଥ ମନ୍ଦିର, ଇମାମୀ ଜଗନ୍ନାଥ ମନ୍ଦିର, ଭୂଦାରଚଣ୍ଡି, ବାଲେଶ୍ବର ଝାଡେଶ୍ବର ମନ୍ଦିର, ରାମେଶ୍ବର ଆଦି ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ । କେବଳ ପୂଜକ ଏବଂ ସେବାୟତ ଓ କର୍ମଚାରୀମାନେ ମନ୍ଦିରକୁ ପ୍ରବେଶ କରିପାରିବେ । ଏହି କଟକଣାକୁ ପିଛିଲା ଭାବରେ ଗତ ବୁଧବାରଠାରୁ ଫେବୃଆରୀ ୧ ତାରିଖ ଭୋର ପାଞ୍ଚଟା ପର୍ଯ୍ଯନ୍ତ ଲାଗୁ କରାଯାଇଛି ।