EducationFeaturedLatest

ବୁଦ୍ଧପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟା ପାଇଁ ୧୬ ଏବଂ ୩୦ ତାରିଖରେ ସ୍କୁଲ ଛୁଟି

ଭୁବନେଶ୍ବର (ସଂକେତ୍ ଟିଭି) : ଆସନ୍ତା ବୁଦ୍ଧ ପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟାକୁ ଦୃଷ୍ଟିରେ ରଖି ରାଜ୍ଯ ସରକାର ଚଳିତ ମାସ ୧୬ ଏବଂ ୩୦ ତାରିଖରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଘୋଷଣା କରିଛନ୍ତି । ଓଡ଼ିଆ କ୍ୟାଲେଣ୍ଡରରେ ସରକାରୀ ଛୁଟି ଭାବରେ ବୁଧ ପୂର୍ଣ୍ଣିମା ଏବଂ ସାବିତ୍ରୀ ରହିଥିବା ବେଳେ ଏହା ପାଠପଢା କ୍ୟାଲେଣ୍ଡରରେ ବା ବିଦ୍ୟାଳୟ ପାଇଁ ଛୁଟି ନଥିଲା ।

ମାତ୍ର ଚଳିତ ବର୍ଷ ଯେହେତୁ ଖରା ଛୁଟି ସମୟରେ ପିଲାମାନେ କ୍ଳାସ କରୁଛନ୍ତି । ଦୁଇ ବର୍ଷର ଶିକ୍ଷା କ୍ଷେତ୍ରର ପାଠ୍ୟକ୍ରମକୁ ଏହି ସମୟ ମଧ୍ୟରେ କଭର କରାଯିବାକୁ ଲକ୍ଷ୍ୟ ରହିଛି । ଏହି ୨ ଦିନ ସରକାରୀ ଛୁଟିଥିବାରୁ ସ୍କୁଲ ବନ୍ଦ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।