CulturalFeaturedLatest

ବିଧବା ପ୍ରଥା ଉଚ୍ଛେଦ କରିବ ମହାରାଷ୍ଟ୍ର ସରକାର

ମୁମ୍ବାଇ(ସଂକେତ୍ ଟିଭି) : ଶହ ଶହ ବର୍ଷ ଧରି ଚାଲିଥିବା ବିଧବା ପ୍ରଥାକୁ ଉଚ୍ଛେଦ କରିବା ନେଇ ଆଇନ ଆଣିପାରନ୍ତି ମହାରାଷ୍ଟ୍ର ସରକାର । ଏଥିରେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ହାତରୁ ଚୁଡି ଭାଙ୍ଗିବା, ମଥାରୁ ସିନ୍ଦୂର ପୋଛିବା ଓ ମଙ୍ଗଳସୂତ୍ର ପିନ୍ଧିବା ଉପରେ କେହି ବି ଜଣେ ମହିଳାଙ୍କୁ ବାଧ୍ୟ କରିପାରିବେ ନାହିଁ ।

ରାଜ୍ୟ ସରକାର ହେରବାଡ ପଞ୍ଚାୟତର ନିଷ୍ପତ୍ତିକୁ ଗ୍ରହଣ କରି ଏହାକୁ ସାରା ରାଜ୍ୟରେ ପ୍ରଚଳନ କରିବାକୁ ଆଦେଶ ଦେଇଛନ୍ତି । ଏହାକୁ ପାଳନ କରିବାର ଦାୟିତ୍ୱ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କୁ ଦିଆଯାଇଛି । ହେଲେ ଏବେ ଏହି ନିୟମ ଉଲଙ୍ଘନ କଲେ କୌଣସି ଦଣ୍ଡ ବିଧାନର ପ୍ରାବଧାନ ଅଣାଯାଇ ନାହିଁ । ହେଲେ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କୁ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଚଳିତମାସ ୪ ତାରିଖରେ ହେରବାଡ ଗ୍ରାମପଞ୍ଚାୟତ ପକ୍ଷରୁ ପଞ୍ଚାୟତରେ ଏଭଳି ଏକ ଅମାନବୀୟ ପ୍ରଥାକୁ ବନ୍ଦ କରିବା ନେଇ ଏକ ପ୍ରସ୍ତାବ ପାରିତ କରିଥିଲା । ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ଏହାପରେ ମହାରାଷ୍ଟ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ହସନ ମୁସ୍ରିଫ ସବୁ ଗ୍ରାମପଞ୍ଚାୟତକୁ ଏକ ନିର୍ଦ୍ଦେଶ ଜାରି କରି ହେରବାଡ ଗ୍ରାମପଞ୍ଚାୟତକୁ ଅନୁକରଣ କରିବାକୁ କୁହାଯାଇଥିଲା ।