CulturalFeaturedLatest

ଜୁନ୍‌ ୧୬ରୁ ଖୋଲିବ ଦେଶର ସମସ୍ତ କେନ୍ଦ୍ରୀୟ ଐତିହ୍ୟ ସ୍ଥଳୀ

ନୂଆଦିଲ୍ଲୀ, ୧୪/୬ : (ସଂକେତ୍ ଟିଭି) ମହାମାରୀ କରୋନା ସଂକ୍ରମଣ ପାଇଁ ବନ୍ଦ ଥିବା ଦେଶର ସମସ୍ତ କେନ୍ଦ୍ରୀୟ ଐତିହ୍ୟ ସ୍ଥଳୀ ଆସନ୍ତା ଜୁନ୍‌ ୧୬ରୁ ଖୋଲିବ । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ASI ଦ୍ବାରା ପରିଚାଳିତ ସଂଗ୍ରହାଳୟଗୁଡ଼ିକ ମଧ୍ୟ ଆସନ୍ତା ବୁଧବାରଠାରୁ ଖୋଲିବ ।

ସୂଚନା ଅନୁସାରେ, କରୋନାର ଦ୍ବିତୀୟ ଲହରରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତ କେନ୍ଦ୍ରୀୟ ଐତିହ୍ୟ ସ୍ଥଳୀ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏବେ କରୋନା ସଂକ୍ରମଣ ସଂଖ୍ୟା କମିବାର ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ କେନ୍ଦ୍ରୀୟ ଐତିହ୍ୟ ସ୍ଥଳୀ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।