EducationFeaturedLatest

ରାଜ୍ୟରେ ବଢ଼ିବ ଏମ୍‌ବିବିଏସ୍ ସିଟ୍ ସଂଖ୍ୟା

ଭୁବନେଶ୍ବର (ସଂକେତ୍ ଟିଭି) : ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ଶିକ୍ଷାର ଦୃଢ଼ ଅଭିବୃଞ୍ଚି ଲକ୍ଷ୍ୟ ରଖି ୨୦୧୭-୧୮ରୁ ପର୍ଯ୍ୟାୟ କ୍ରମେ ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା କରୁଛନ୍ତି । ଏହି କ୍ରମରେ ୨୦୧୭-୧୮ରେ କୋରାପୁଟ ଓ ବଲାଙ୍ଗୀରରେ ଓ ୨୦୧୮-୧୯ରେ ବାରିପଦା ଓ ବାଲେଶ୍ୱରରେ ଓ ୨୦୨୧-୨୨ରେ ପୁରୀରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା କରିଛନ୍ତି ।

ସେହିପରି ୨୦୨୨-୨୩ରେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନେସନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି)ର ମାନଦଣ୍ଡ ଅନୁଯାଇ ଆବଶ୍ୟକୀୟ ଭିତ୍ତିଭୂମି ଓ ନିର୍ଞ୍ଚାରିତ ସଂଖ୍ୟକ ପ୍ରାଧ୍ୟାପକ, ସହଯୋଗୀ ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକଙ୍କୁ ନିଯୁକ୍ତି କରିସାରିଛନ୍ତି ।

ସେହିପରି ଭବାନୀପାଟଣାରେ (୨୦୨୩-୨୪), ଯାଜପୁର ଓ ଫୁଲବାଣୀରେ (୨୦୨୪-୨୫) ସରକାର ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ନିର୍ମାଣ କରୁଛନ୍ତି । ଏହି ମେଡିକାଲ କଲେଜଗୁଡ଼ିକ ପ୍ରତିଷ୍ଠା ଦ୍ୱାରା ରାଜ୍ୟ ସରକାରଙ୍କ ଅଧୀନସ୍ଥ ମେଡିକାଲ କଲେଜରେ ଏମ୍‌ବିବିଏସ୍ ସିଟ୍‌ ସଂଖ୍ୟା ୧୨୫୦ରୁ ୧୭୫୦କୁ ବୃଞ୍ଚି ପାଇବ, ଯାହାକି ଆଗକୁ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟଶିକ୍ଷାରେ ଦେଖାଦେଉଥିବା ଅଭାବକୁ ପୂରଣ କରିବାରେ ଖୁବ୍ ସହାୟକ ହେବ ।

ଯେହେତୁ ରାଜ୍ୟ ସରକାର କେନ୍ଦୁଝର ଓ ସୁନ୍ଦରଗଡ଼ରେ ରାଜ୍ୟର ସ୍ୱାର୍ଥ ପାଇଁ ଦୁଇଗୋଟି ୧୦୦ ଏମ୍‌ବିବିଏସ୍‌ ସିଟ୍‌ବିଶିଷ୍ଟ ମେଡିକାଲ କଲେଜ ଖୋଲିବା ପାଇଁ ଏନ୍‌ଏମ୍‌ସିକୁ ଆବେଦନ କରିଛନ୍ତି ଓ ଏନ୍‌ଏମ୍‌ସି ମାପଦଣ୍ଡ ଅନୁଯାୟୀ ପ୍ରଥମ ବର୍ଷରୁ ପ୍ରତ୍ୟେକରେ ୬ ଗୋଟି ପ୍ରାଧ୍ୟାପକ, ୨୦ ଗୋଟି ସହଯୋଗୀ ପ୍ରାଧ୍ୟାପକ ଓ ୨୪ ଗୋଟି ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ଦେବା ପରିପ୍ରେକ୍ଷୀରେ ସରକାର ବାଧ୍ୟ ହୋଇ ରାଜ୍ୟର ପୁରତନ କଟକ ଓ ବ୍ରହ୍ମପୁରସ୍ଥିତ ମେଡିକାଲ କଲେଜରୁ ଏହି ଦୁଇ ନୂତନ ମେଡିକାଲ କଲେଜକୁ କିଛି ସହଯୋଗୀ ପ୍ରାଧ୍ୟାପକଙ୍କୁ ବଦଳି କରିଛନ୍ତି ।

ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ସମୁଦାୟ ୩୫ଟି ବିଭାଗରେ ମୋଟ ପ୍ରାଧ୍ୟାପକ ପଦବୀ ସଂଖ୍ୟା ୩୯ ଓ ତନ୍ମଧ୍ୟରୁ ୩୫ଟି ପଦବୀରେ ପ୍ରାଧ୍ୟାପକ କାଯର୍‌ୟରତ ଅଛନ୍ତି ଓ ୪ ଗୋଟି ପଦବୀ ଖାଲି ଅଛି । ସେହିରି ୮୧ ଗୋଟି ସହଯୋଗୀ ପ୍ରାଧ୍ୟାପକ ପଦବୀରୁ ୫୧ଟି ପଦବୀରେ ସହଯୋଗୀ ପ୍ରାଧ୍ୟାପକ କାର୍ଯ୍ଯରତ ଅଛନ୍ତି ଓ ୩୦ଟି ପଦବୀ ଖାଲି ଅଛି ।

ସେହିପରି ମୋଟି ୧୬୩ ସହକାରୀ ପ୍ରାଧ୍ୟାପକ ପଦବୀରୁ ୧୫୩ଟି ପଦବୀରେ ସହକାରୀ ପ୍ରାଧ୍ୟାପକ କାର୍ଯ୍ୟରତ ଅଛନ୍ତି ଓ ୧୧ଟି ପଦବୀ ଖାଲି ଅଛି । ପରନ୍ତୁ, ରାଜ୍ୟ ସରକାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟକୁ ଏକ ଅଗ୍ରଜ ମହାବିଦ୍ୟାଳୟ ହିସାବରେ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ଏହି ଅନୁକ୍ରମରେ ରାଜ୍ୟ ସରକାର ଗତ ୧୭/୦୫/୨୦୨୨ ଓ ୧୯/୦୫/୨୦୨୨ ତାରିଖରେ ଏହି ଭେଷଜ ମହାବିଦ୍ୟାଳୟରେ ୧୧ ଜଣ ସହକାରୀ ପ୍ରାଧ୍ୟାପକ, ୧୬ ଜଣ ଟିଉଟର ଓ ୪ ଜଣ ସିନିୟର ରେସିଡେଣ୍ଟଙ୍କୁ ନିଯୁକ୍ତି ଦେଇଛନ୍ତି ।

ସେହିପରି ରାଜ୍ୟ ସରକାର ତା. ୨୬/୦୫/ ୨୦୨୨ରେ ୭ ଜଣ ସହଯୋଗୀ ପ୍ରାଧ୍ୟାପକଙ୍କୁ ଏଠାରେ ନିଯୁକ୍ତି ଦେଇଛନ୍ତି । ଏତଦ୍‌ବ୍ୟତୀତ ୩୫ ଜଣ ସିନିଅର ରେସିଡେଣ୍ଟଙ୍କ ଚୟନ ପ୍ରକ୍ରିୟା ଶେଷ ହୋଇସାରିଛି ଏବଂ ଏହି ସପ୍ତାହରେ ସେମାନଙ୍କୁ ନିଯୁକ୍ତି ଦିଆଯିବ । ଏହି କ୍ରମରେ ଆଜି ଦିନରେ ସିନିଅର ରେସିଡେଣ୍ଟ ଓ ଟିଉଟର ମୋଟ ୧୬୪ ପଦବୀରେ ୯୧ ଜଣ କାର୍ଯ୍ଯରତ ଅଛନ୍ତି ଓ ଆଉ ୩୫ ଜଣ ସପ୍ତାହକ ମଧ୍ୟରେ କାଯର୍‌ୟରେ ଯୋଗଦେବେ ।

ସୁତରାଂ ୧୨୬ ଗୋଟି ପଦବୀ ପୂରଣ କରାଯାଇଛି । ସରକାର ପଦୋନ୍ନତି, ବଦଳି ଓ ଚୁକ୍ତିଭିତ୍ତିକ ନିଯୁକ୍ତି ମାଧ୍ୟମରେ ବଳକା ଥିବା ପଦବୀ ପୂରଣ ପାଇଁ ବିହିତ ପଦକ୍ଷେପ ନେବା ସହିତ ଏହି ଭେଷଜ ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସୁବ୍ୟବସ୍ଥା କରୁଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନାରୁ ପ୍ରକାଶ ।