Latest

“ଲାଲ୍ ସିଂ ଚଢା’କୁ ରିଲିଜ୍ ପୂର୍ବରୁ ବୟକଟ୍ ଦାବି କଲେ ୟୁଜର୍ସ

ମୁମ୍ବାଇ (ସଂକେତ୍ ଟିଭି) : ଫିଲ୍ମ ଲାଲ୍ ସିଂ ଚଢାର ଟ୍ରେଲର ରିଲିଜ ହୋଇଛି । ଦୀର୍ଘ ବର୍ଷ ପରେ ଫିଲ୍ମରେ ଅମୀର -କରୀନାଙ୍କ ଯୋଡିକୁ ଦେଖିବାକୁ ମିଳିବ । ଏହା ଶୁଣି ପ୍ରଶଂସକମାନେ ଖୁସି ଅଛନ୍ତି । ଗୋଟିଏ ପଟେ ଲୋକମାନେ ଫିଲ୍ମର ଟ୍ରେଲରକୁ ବହୁତ ପସନ୍ଦ କରୁଥିବାବେଳେ ଅନ୍ୟ ପଟେ କିଛି ଲୋକ ଫିଲ୍ମକୁ ବୟକଟ୍‌ କରିବାକୁ ଦାବି କରୁଛନ୍ତି । ଏହା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଫିଲ୍ମକୁ ବୟକଟ କରିବାର ଦାବି ସହିତ ଅମୀର-କରୀନାଙ୍କୁ ମଧ୍ୟ ଟ୍ରୋଲ କରିଛନ୍ତି । ସୋସିଆଲ ମିଡିଆରେ ବୟକୋଟ ଲାଲ ସିଂ ଚଢା ଟ୍ରେଣ୍ଡ କରୁଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କୁହାଯାଉଛି କି ଫିଲ୍ମ ଲାଲ ସିଂ ଚଢା ହଲିଉଡ ଫିଲ୍ମ “ଫରେଷ୍ଟ ଗମ୍ପର’ ର ହିନ୍ଦୀ ରିମେକ । ଏହା ବ୍ୟତୀତ ଫିଲ୍ମକୁ ବୟକଟ କରିବା ପଛରେ ଆମୀର ଖାନଙ୍କ କିଛି ବିବାଦୀୟ ମନ୍ତବ୍ୟ ରହିଛି । ଲୋକମାନେ କହିଛନ୍ତି ଯେ ଅମୀର ଖାନ ଭାରତୀୟ ସଂସ୍କୃତି ଏବଂ ସଭ୍ୟତା ବିଷୟରେ ଅନେକ କଥା କହିଛନ୍ତି ତେଣୁ ତାଙ୍କର ଚଳଚ୍ଚିତ୍ର ରିଲିଜ ହେବା ଉଚିତ ନୁହେଁ । ଅମୀର ଖାନଙ୍କ ଏହି ବିବୃତ୍ତି ଯୋଗୁଁ ଲୋକମାନେ ଏବେ ଫିଲ୍ମକୁ ବୟକଟ୍ ପାଇଁ କରିବାକୁ ଦାବି କରୁଛନ୍ତି ।

ଏଥିରେ ଲୋକମାନେ କରୀନା କପୁର ଖାନଙ୍କୁ ମଧ୍ୟ ଭଡିଛନ୍ତି । ଅମୀରଙ୍କ ସହ କରୀନାଙ୍କୁ ମଧ୍ୟ ଟ୍ରୋଲ କରାଯାଉଛି । ଯେତେବେଳେ ବଲିଉଡର ଆତ୍ମୀୟତା ଉପରେ ଏକ ତୀବ୍ର ବିତର୍କ ହୋଇଥିଲା, ସେତେବେଳେ କରୀନା କହିଥିଲେ,”ଲୋକମାନେ ଆମକୁ ଷ୍ଟାର କରିଛନ୍ତି କିନ୍ତୁ ଆମେ କାହାକୁ ଆମ ଫିଲ୍ମ ଦେଖିବା ପାଇଁ ବାଧ୍ୟ କରି ନାହୁଁ । ମୁଁ ନିଜେ ଚଳଚ୍ଚିତ୍ର ଦେଖୁ ନାହିଁ । ଏବେ ଲୋକମାନେ କରୀନାଙ୍କ ବିଷୟରେ ସମାନ କଥା କହି ଦୁହିଁଙ୍କୁ ଟାର୍ଗେଟ କରି ଟ୍ରୋଲ କରୁଛନ୍ତି ।