EducationFeaturedLatest

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ, ପାସ୍‌ ହାର ୯୦.୫୫ ପ୍ରତିଶତ

କଟକ (ସଂକେତ ଟିଭି): ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ବର୍ଷ ପାସ୍‌ ହାର ୯୦.୫୫ ପ୍ରତିଶତ ରହିଛି । ଛାତ୍ରଙ୍କ ପାସ୍‌ ହାର ୮୮.୭୭ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍‌ ହାର ୯୨.୩୭ ପ୍ରତିଶତ ରହିଛି । ତେବେ ୧୧୭୦ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ସେହିଭଳି ତିନୋଟି ସ୍କୁଲରେ ପରୀକ୍ଷା ଫଳ ଶୂନ ରହିଛି । ରେଜଲ୍ଟ ଶୂନ ହୋଇଥିବା ସ୍କୁଲ ମଧ୍ୟରେ ମାଲକାନଗିରିର ୨ଟି ଏବଂ ଅନୁଗୁଳର ଗୋଟିଏ ସ୍କୁଲ ରହିଛି ।

ଚଳିତ ବର୍ଷ ୫ଲକ୍ଷ ୬୮ ହଜାର ୮୧୮ ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଲକ୍ଷ ୧୭ ହଜାର ୮୭୪ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ବାକି ୮୬୯୯ ଛାତ୍ରାଛାତ୍ରୀ ଫେଲ୍‌ ହୋଇଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କଟକ ସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ।

ତେବେ ଚଳିତ ବର୍ଷ ଏ-୧ ଗ୍ରେଡ୍‌ରେ ୮୧୧୯ ଛାତ୍ରଛାତ୍ରୀ, ଏ-୨ଗ୍ରେଡ୍‌ରେ ୫୪ ହଜାର ୮୮୯ ଛାତ୍ରଛାତ୍ରୀ, ବି-୧ ଗ୍ରେଡ୍‌ରେ ୧ ଲକ୍ଷ ୨୦ ହଜାର ୩୧୨ ଛାତ୍ରଛାତ୍ରୀ, ବି-୨ ଗ୍ରେଡ୍‌ରେ ୧ଲକ୍ଷ ୪୨ ହଜାର ୫୯୯ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ।