EntertainmentFeaturedLatest

ଭୁବନେଶ୍ୱର ଆସିଲେ ବାବୁସାନ୍‌ ମହାନ୍ତି, ପୋଲିସଠାରୁ ସୁରକ୍ଷା ମାଗିଲେ ଅପରାଜିତା

ଭୁବନେଶ୍ୱର (ସଂକେତ ଟିଭି) ଓଡିଶାରେ ପହଞ୍ଚିଛନ୍ତି ବାବୁସାନ ମହାନ୍ତି । ଚେନ୍ନାଇରୁ ଇଣ୍ଡିଗୋ ବିମାନ ଯୋଗେ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ବାବୁସାନ୍ । ସେ ଏୟାରପୋର୍ଟରୁ ସିଧାସଳଖ ଜଗନ୍ନାଥ ବିହାର ସ୍ଥିତ ବାସଭବନକୁ ଯାଇଥିଲେ ।

ସୂଚନା ଅନୁଯାୟୀ, ମଙ୍ଗଳବାର ଚେନ୍ନାଇ ଏୟାରପୋର୍ଟରେ ଦେଖା ଦେଇଥିଲେ ବାବୁସାନ । ଚେନ୍ନାଇ ଏୟାରପୋର୍ଟରେ ବାବୁସାନଙ୍କୁ ଦେଖିଥିଲେ ଯାତ୍ରୀ । ଚେନ୍ନାଇରୁ ଭୁବନେଶ୍ବର ଆସିଲା ଫ୍ଲାଇଟ୍, ହେଲେ ବାବୁସାନଙ୍କର ଦେଖାମିଳିଲାନି । ଫଳରେ ପୁଣି ବାବୁସାନଙ୍କୁ ନେଇ ସସପେନ୍ସ ବଢ଼ିଥିଲା । ମଙ୍ଗଲବାରଠୁ ଦୁଇ ବନ୍ଧୁଙ୍କ ସହ ସେ ଚେନ୍ନାଇ ଏୟାରପୋର୍ଟରେ ବୁଲୁଥିବା ଭିଡିଓରେ ଦେଖାଯାଇଥିଲେ। ଆଉ ଏବେ ମାନେ ଗୋଟିଏ ଦିନ ପରେ ମାନ ବୁଧବାର ଦିନ ସକାଳୁ ସେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିଲେ ।

ତେବେ ପୂର୍ବରୁ ଜଗି ରହିଥିବା ଗଣମାଧ୍ୟମକୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ । ପରେ ସେ ସିଧାସଳଖ ଜଗନ୍ନାଥ ବିହାର ସ୍ଥିତ ବାସଭବନକୁ ଯାଇଥିଲେ । ଘରେ ପହଞ୍ଚିବା ପରେ ବି ସେଠାରେ କୌଣସି କଥା କହିନଥିଲେ ।

ଓଲଟା କହିଥିଲେ ଯେ, ମୋ ବାପାଙ୍କ ଦେହ ଭଲନାହିଁ । ମୁଁ ପରେ ଗଣମାଧ୍ୟମ ଆଗରେ ସବୁ ପ୍ରତିକ୍ରିୟା ରହିବି । କିଛି ସମୟ ପରେ ତାଙ୍କ ସମ୍ପର୍କୀମାନେ କହିଥିଲେ ଯେ, ବାବୁ ଦୁଇଦିନ ହେବ ରାତି ଅନିଦ୍ରା ଅଛି ସେ ଉଠିଲେ ସମସ୍ତଙ୍କୁ ସାକ୍ଷାତ କରିବ । ତେବେ ଏହା ସବୁ ପରେ ଗଣମାଧ୍ୟମ ଆଗରେ ସିଧାସଳକ ମୁହଁ ନଖୋଲି ଭିଡିଓ ସେୟାର କରି ପ୍ରତିକ୍ରିୟା ରଖିଛନ୍ତି ମାଆ ଅପରାଜିତା ମହାନ୍ତି ।

ସେ କହିଛନ୍ତି ଆପଣମାନଙ୍କ ଦୟାରୁ ମୋ ପୁଅ ଫେରିଆସିଛି । ମୁଁ ଆପଣମାନଙ୍କ ପରିସ୍ଥିତି ବୁଝୁଛି କିନ୍ତୁ ଆପଣାମାନେ ମଧ୍ୟ ଆମ ବିଷୟରେ ଚିନ୍ତା କରିବା କଥା । କାରଣ ଆମେ ବି ସାଧରଣ ମଣିଷ । ଆମକୁ ଦୁଇ ତିନିଦିନ ସମୟ ଦିଅ, ଏହାପରେ ଆଣ ଆପଣମାନଙ୍କୁ ଡାକି ସବୁକିଛି ସ୍ପଷ୍ଟ କରିବୁ । ଏମିତି ବାବୁସାନ ନିଜେ ପ୍ରତିକ୍ରିୟା ରଖିବେ ବୋଲି ସ୍ପଷ୍ଟ କରିଛନ୍ତି ଅପରାଜିତା ।

ସେପଟେ ଅପରାଜିତ କମିଶନରେଟ ପୋଲିସକୁ ସୁରକ୍ଷା ମାଗିଛନ୍ତି । ସେ କହିଛନ୍ତି ଯେ, ବାବୁସାନ ପହଁଚିବା ପରେ ଘର ଆଗରେ ପ୍ରବଳ ଭିଡ ଲାଗିରହିଛି । ଏପିରିକି ଗଣମାଧ୍ୟମ ସହ କିଛି ଅଚିହ୍ନା ଲୋକ ଥିବା ଜଣାପଡିଛି । ତେଣୁ ତୁରନ୍ତ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଅପରାଜିତ ପୋଲିସକୁ କହିଛନ୍ତି ।

ସେପଟେ ଚେନ୍ନାଇରୁ ଭୁବନେଶ୍ୱର ଆସିବା ପରେ ପ୍ରକୃତିଙ୍କୁ ମଙ୍ଗଳବାର ଜେରା କରିଛି ପୋଲିସ । ପ୍ରାୟ ଏକ ଘଣ୍ଟା ଧରି ପ୍ରକୃତି ମିଶ୍ରଙ୍କୁ ଜେରା କରିଥିଲା ଖାରବେଳନଗର ଥାନା ପୋଲିସ । ଏହି ଜେରା ସମୟରେ ପ୍ରାୟ ୧୦ରୁ ଅଧିକ ପ୍ରଶ୍ନର ଉତ୍ତର ଦେଇଥିଲେ ପ୍ରକୃତି । ଆସନ୍ତାକାଲି ମାନେ ଗୁରୁବାର ଦିନ ବାବୁସାନ୍‌ଙ୍କୁ ପଚରାଉଚରା କରିପାରେ ପୋଲିସ ।