EducationFeaturedLatest

ପ୍ରକାଶ ପାଇଲା +୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର (ସଂକେତ ଟିଭି): ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ଘୋଷଣା କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆଜି ୪ଟା ସମୟରେ ଏହି ଫଳ ପ୍ରକାଶ ପାଇଛି । ଯୁକ୍ତ ଦୁଇ କଳାର ଫଳାଫଳ ଅଗଷ୍ଟ ୮ରେ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ବିଜ୍ଞାନରେ ୯୪.୧୨ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ବାଣିଜ୍ୟରେ ୮୯ ପ୍ରତିଶତ ରେଜଲ୍ଟ ହୋଇଛି । ବିଜ୍ଞାନରେ ମୋଟ ୭୬,୬୦୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୭୨,୧୦୬ ଜଣ ପାସ୍‌ କରିଛନ୍ତି । ଛାତ୍ରଙ୍କ ମଧ୍ୟରୁ ୪୫,୫୮୭ ଜଣ ପାସ୍‌ କରିଥିବା ବେଳେ ପାସ୍‌ ହାର ୯୩.୮୦ ପ୍ରତିଶତ ରହିଛି । ସେହିପରି ଛାତ୍ରୀ ମଧ୍ୟରୁ ୩୨,୫୧୯ ପାସ୍‌ ହୋଇଥିବା ବେଳେ ପାସ୍‌ ହାର ୯୪.୫୨ ପ୍ରତିଶତ ରହିଛି ।

ସେହିପରି ପ୍ରଥମ ଶ୍ରେଣୀରେ ୫୦,୧୮୭ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଦ୍ୱିତୀୟ ଶ୍ରେଣୀରେ ୧୪, ୯୩୨ ଏବଂ ତୃତୀୟ ଶ୍ରେଣୀରେ ୬, ୯୧୦ ଜଣ ପାସ୍‌ ହୋଇଛନ୍ତି । ୧୧୨୪ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ୩୯୩ଟି ଉଚ୍ଚ ମାଧ୍ୟମିକ ସ୍କୁଲର ୧୦୦ ପ୍ରତିଶତ ପିଲା ପାସ୍‌ କରିଛନ୍ତି ।

ଛାତ୍ରଛାତ୍ରୀମାନେ www.orissaresults.nic.in ରେ ରେଜଲ୍ଟ ଦେଖି ପାରିବେ । ଅପରାହ୍ନ ୫ଟା ସମୟରେ ଛାତ୍ରଛାତ୍ରୀମାନେ ନିଜର ରୋଲ୍‌ ନମ୍ୱର ଦେଇ ପରୀକ୍ଷା ଫଳ ଜାଣିପାରିବେ ।