EntertainmentLatest

ଶୋଭିତାଙ୍କ ପ୍ରେମରେ ନାଗା ଚୈତନ୍ୟ

ମୁମ୍ବାଇ: (ସଂକେତ୍ ଟିଭି) ସାଉଥ୍ ସୁରଷ୍ଟାର୍ ନାଗା ଚୈତନ୍ୟ ଫିଲ୍ମ ଅପେକ୍ଷା ପର୍ସନାଲ୍‌ ଲାଇଫକୁ ନେଇ ଖୁବ୍ ଚର୍ଚ୍ଚାରେ ରୁହନ୍ତି । ଅକ୍ଟୋବର ୨୦୨୧ ରେ ନାଗା ଏବଂ ସାମନ୍ଥା ଛାଡପତ୍ର ଘୋଷଣା କରିଥିଲେ । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଶକ୍ତ ଝଟକା ଲାଗିଥିଲା । ଏହା ପରେ ଉଭୟଙ୍କ ରାସ୍ତା ଅଲଗା ହୋଇଗଲା । ସାମନ୍ଥାଙ୍କ ଠାରୁ ଅଲଗା ହେବା ପରେ ନାଗା ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ଡେଟ୍ କରୁଥିବା ନେଇ କୁହାଯାଉଛି । ଉଭୟଙ୍କ ଆଫେୟାର୍ସ ଉପରେ ଆଲୋଚନା ଚାଲିଛି । ଏନେଇ ଏକ ସାକ୍ଷାତକାର ସମୟରେ ନାଗା ତାଙ୍କ ସମ୍ପର୍କ ବିଷୟରେ ଖୁଲାସା କରିଛନ୍ତି ।

ଲାଲ ସିଂହ ଚଡ୍ଡା ପାଇଁ ହୋଇଥିବା ଇଣ୍ଟରଭ୍ୟୁ ସମୟରେ ଯେତେବେଳେ ସୋଭିତାଙ୍କ ସହ ତାଙ୍କ ସମ୍ପର୍କ ଉପରେ ପ୍ରଶ୍ନ ପଚରାଗଲା, ନାଗା ସେତେବେଳେ କେବଳ ହସିଥିଲେ । ଏହା ଉପରେ ସେ କିଛି କହି ନାହାଁନ୍ତି, କିନ୍ତୁ ହସିବା ସହ ସେ ଶୋଭିତାଙ୍କୁ ଡେଟ୍ କରୁଛନ୍ତି ବୋଲି ନିଶ୍ଚିତ କରିଛନ୍ତି । ପ୍ରାୟ ଏକ ମାସ ପୂର୍ବରୁ ପ୍ରାୟତଃ ନାଗା ଏବଂ ଶୋଭିତାଙ୍କୁ ଏକାଠି ଦେଖିବାକୁ ମିଳୁଛି । ନାଗା ଆହୁରି କହିଛନ୍ତି, କ୍ୟାଟ୍ରିନା କୈଫ୍ ତାଙ୍କର ବଡ କ୍ରସ୍ । ସେ କହିଛନ୍ତି, କ୍ୟାଟ୍ରିନା ବହୁତ ସୁନ୍ଦର । ମୁଁ ତାଙ୍କୁ ଦେଖିଛି ସେ କେଉଁଠାରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଆଜି ସେ ଶୀର୍ଷରେ ପହଞ୍ଚିଛନ୍ତି ।