EntertainmentLatest

ସେପ୍ଟେମ୍ବରରେ ରିଲିଜ୍ ହେବ ଆଲିଆ ଭଟ୍ଟଙ୍କ ଫିଲ୍ମ ହାର୍ଟ ଅଫ୍‌ ଷ୍ଟୋନ

ମୁମ୍ବାଇ : (ସଂକେତ୍ ଟିଭି) ଆଲିଆ ଭଟ୍ଟ ବଲିଉଡ୍‌ରେ ନିଜର ଲୋକପ୍ରିୟତା ବୃଦ୍ଧି କରି ସାରିବା ପରେ ଏବେ ହଲିଉଡ୍‌ ମୁହାଁ ହୋଇଛନ୍ତି । ଆଲିଆ ନିଜର ହଲିଉଡ୍‌ ଡେବ୍ୟୁ ଫିଲ୍ମ ହାର୍ଟ ଅଫ୍‌ ଷ୍ଟୋନର ଶୁଟିଂ ଶେଷ କରିଛନ୍ତି । ଟମ୍‌ ହାର୍ପରଙ୍କ ଏହି ଫିଲ୍ମରେ ଗଲ୍‌ ଗାଡୋଟ୍‌ ଓ ଜାମି ଡୋରନାନ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଆଲିଆ ଏବେ ପ୍ରେଗନାନ୍ସୀ ପିରିୟଡକୁ ଏନଜୟ କରୁଛନ୍ତି ଓ ସ୍ୱାମୀ ରଣବୀର କପୁରଙ୍କ ସହ ପ୍ରଥମ ଥର ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ । ଫିଲ୍ମ ୯ ସେପ୍ଟେମ୍ବର ୨୦୨୨ରେ ରିଲିଜ୍‌ ହେବ ।

ଏକ ସାକ୍ଷାତକାରରେ ଆଲିଆ କହିଛନ୍ତି, ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ଫିଲ୍ମ ଡାଇରେକଫରଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଆଲିଆ ହାର୍ଟ ଅଫ୍‌ ଷ୍ଟୋନର ସହ ଅଭିନେତ୍ରୀ ଗଲ୍‌ ଗାଡୋଟ୍‌ଙ୍କ ପ୍ରଶଂସା କରି କହିଛନ୍ତି, ତାଙ୍କ ପାଇଁ ସେ ଏହି ଫିଲ୍ମ କରିବାକୁ ଉତ୍ସାହିତ ଥିଲେ । ଗାଡୋଟ୍‌ ଫିଲ୍ମଟି ନିର୍ମାଣ କରିବା ସହ ଏଥିରେ ଅଭିନୟ ମଧ୍ୟ କରିଛନ୍ତି । ଫିଲ୍ମ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବ । ଗତ ମାସରେ ଆଲିଆ ଏହି ଆକ୍ସନ ଡ୍ରାମା ଫିଲ୍ମର ଶୁଟିଂ ସରିଯାଇଛି ବୋଲି କହିଥିଲେ । ଇନଷ୍ଟାଗ୍ରାମରେ ଆଲିଆ ବହୁ ଫଟୋ ସେୟାର କରି ଏ ବିଷୟରେ ସୂଚନା ଦେଇଥିଲେ । ଏହି ଫିଲ୍ମ ଲାଗି ଆଲିଆ ନିର୍ଦ୍ଦେଶକ ଓ ସହ ଅଭିନେତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।