EntertainmentLatest

‘ହାଉସଫୁଲ ୫’ ପାଇଁ ପ୍ରସ୍ତୁତି ଆରମ୍ଭ

ମୁମ୍ବାଇ : (ସଂକେତ୍ ଟିଭି) ହାଉସଫୁଲ୍ ସିରିଜ୍ ଗତ ୧୨ ବର୍ଷ ମଧ୍ୟରେ ବଲିଉଡର ସବୁଠାରୁ ସଫଳ ଫ୍ରାଞ୍ଚାଇଜ୍‌ ହୋଇଛି । ଏହି ସିରିଜର ପ୍ରତ୍ୟେକ ଚଳଚ୍ଚିତ୍ର ଆସିବା ମାତ୍ରେ ପରଦାକୁ ହଇଚଇ ସୃଷ୍ଟି କରିଥାଏ । ବର୍ତ୍ତମାନ ହାଉସଫୁଲ୍ ସିରିଜର ୫ମ ଚଳଚ୍ଚିତ୍ର ବିଷୟରେ ମଧ୍ୟ ଖବର ଆସୁଛି ।

ଖବର ଅନୁଯାୟୀ, “ହାଉସଫୁଲ୍‌-୫’ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଫିଲ୍ମରେ ଅକ୍ଷୟ କୁମାର, ଜନ୍‌, ଅଭିଷେକ, ବବି ଏବଂ ରିତିଶ ଦେଶମୁଖ ଦେଖିବାକୁ ମିଳିବେ । ରିପୋର୍ଟ ଅନୁଯାୟୀ ଫିଲ୍ମର ସ୍କ୍ରିପ୍ଟ ଉପରେ କାମ ମଧ୍ୟ ଆରମ୍ଭ ହୋଇଛି । ସାଜିଦ୍ ନାଦିଆଦିୱାଲାଙ୍କ ହାଉସଫୁଲ୍ ଫ୍ରାଞ୍ଚାଇଜ୍ ଅକ୍ଷୟ କୁମାରଙ୍କ ଷ୍ଟାର୍ କମେଡି ପାଇଁ ମଧ୍ୟ ଜଣାଶୁଣା । ଏଗୁଡ଼ିକ ହେଉଛି ହିନ୍ଦୀ ସିନେମା ଫ୍ରାଞ୍ଚାଇଜ୍‌ ର ଚଳଚ୍ଚିତ୍ର । ଯେଉଁଥିରେ ହିଟ୍‌ ହେବାର ସମସ୍ତ ସମ୍ଭାବନା ଥାଏ । ସାଜିଦ ନାଦିଆଦିୱାଲା ହାଉସଫୁଲର ଏହି ପଞ୍ଚମ ସିରିଜର କିସ୍ତି ପାଇଁ ପ୍ରସ୍ତୁତ ହୋଇଛନ୍ତି । ଫିଲ୍ମର ଟାଇଟଲ୍‌ ହେଉଛି ହାଉସଫୁଲ୍ -୫ ।

ସୂତ୍ର ଅନୁଯାୟୀ ଏହା ଫ୍ରାଞ୍ଚାଇଜ୍ ର ସବୁଠୁ ବଡ ଫିଲ୍ମ ହେବ । ଆସନ୍ତା ବର୍ଷ ଶେଷ ସୁଦ୍ଧା ଫିଲ୍ମକୁ ହଲକୁ ଆସିବ ବୋଲି କୁହାଯାଉଛି । ସାଜିଦ ୨୬ ନଭେମ୍ବର ୨୦୧୯ରେ ହାଉସଫୁଲ୍ ୪ ରିଲିଜ୍ ପରେ ହାଉସଫୁଲ୍ ୫ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ର୍ନିମାତାମାନେ ଏହା ଉପରେ ଶୀଘ୍ର କାମ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି । ଅକ୍ଷୟଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ।