CulturalLatest

ନଭେମ୍ବରରେ ହେବ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର : (ସଂକେତ୍ ଟିଭି) ଚଳିତ ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟ ପରାଗ ଦୀପାବଳି ପରଦିନ ଦେଖିବାକୁ ମିଳିଥିଲା । ଆଗକୁ ପଡ଼ିବ ଚନ୍ଦ୍ରଗ୍ରହଣ । ଚଳିତ ବର୍ଷର ଶେଷ ଏବଂ ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ଆସନ୍ତା ମାସରେ ଅର୍ଥାତ୍ ନଭେମ୍ବରରେ ହେବାକୁ ଯାଉଛି ।

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ନଭେମ୍ବର ୮ ଅର୍ଥାତ ମଙ୍ଗଳବାର ଦିନ ପଡ଼ିବ । ବିଶେଷ କଥା ହେଉଛି ରାଞ୍ଚି, ଗୌହାଟି ଆଦି ସ୍ଥାନରେ ଦେଖିବାକୁ ମିଳିବ । ପୃଥିବୀର ଦେବ ଦୀପାବଳିର ପରଦିନ ଏହି ଗ୍ରହଣ ଉତ୍ତର ଏବଂ ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଉତ୍ତର ଆମେରିକା ଏବଂ ଦକ୍ଷିଣ ଆମେରିକାର ଅଧିକାଂଶ ଅ଼ଞ୍ଚଳରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ।