FeaturedLatestNewsPolitics

ଭୁବନେଶ୍ୱରରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର (ସଂକେତ ଟିଭି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୦ ତାରିଖରେ ଭୁବନେଶ୍ଵରରେ ରୋଡ଼ ସୋ କରିବେ। ସନ୍ଧ୍ୟା ୬ ଟା ସମୟରେ ଭୁବନେଶ୍ଵରର ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ଏହି ରୋଡ ସୋ ହେବ।

୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ୱରରେ ରୋଡ ଶୋ’ କରିଥିଲେ । ଆସନ୍ତା ୧୦ ଓ ୧୧ ତାରିଖରେ ୨ ଦିନିଆ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ମଇ ୬ ତାରିଖରେ ମଧ୍ୟ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁର ଓ ନବରଙ୍ଗପୁରରେ ହୋଇଥିବା ନିର୍ବାଚନୀ ସଭାକୁ ମୋଦି ଉଦ୍‌ବୋଧନ କରିଥିଲେ।