LatestNewsPolitics

ଦମ୍ ଅଛି ତ ବିଜେପି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ : ପାଣ୍ଡିଆନ

ଭୁବନେଶ୍ବର (ସଂକେତ ଟିଭି) : ସାହସ ଥିଲେ ବିଜେପି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ । ଖଲ୍ଲିକୋଟରେ ବିଜେପିକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ସେ କହିଛନ୍ତି ବିଜେପି ଓଡିଶାରେ ସରକାର ଗଠନ କରିବାକୁ ଦିନରେ ସ୍ବପ୍ନ ଦେଖୁଛି । ହେଲେ ଦଳ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛି ପାରୁନି । ଜଣେ ଲୋକ ସବୁବେଳେ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ହେବାକୁ । କିନ୍ତୁ ଦଳର ତାଙ୍କ ଉପରେ ଆସ୍ଥା କି ବିଶ୍ବାସ ନାହିଁ । ଯେଉଁଥି ପାଇଁ ତାଙ୍କ ନାଁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁନାହିଁ । ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ୧୦ ପ୍ରତିଶତ ବିଧାନସଭା ଆସନ ବି ଜିତି ପାରିବନାହିଁ । ବିଜେପି ନେତା କହୁଛନ୍ତି ଜୁନ ୪ରେ ଗଣତି ପରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଘୋଷଣା କରିବେ । କିନ୍ତୁ ଓଡିଶାରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଓଡିଶାବାସୀ ବାଛିବେ ନା ଦିଲ୍ଲୀରେ ବସିଥିବା ହାଇକମାଣ୍ଡ ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି ।

ବିଜେପି ଯଦି ଓଡିଶାରେ କ୍ଷମତାକୁ ଆସେ ତେବେ ରାଜ୍ୟକୁ ୨୦-୨୫ ବର୍ଷ ପଛକୁ ନେଇଯିବ । ୨୫ ବର୍ଷ ପୂର୍ବେ ଓଡିଶାରେ କଂଗ୍ରେସ ସରକାରରେ ଥିଲା । ମହାବାତ୍ୟା ହେଉ କି ମରୁଡି ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ କଣ କରିବେ ସେନେଇ କଂଗ୍ରେସ ନେତାମାନେ ଦିଲ୍ଲୀରେ ଥିବା ତାଙ୍କ ହାଇକମାଣ୍ଡଙ୍କୁ ପଚାରୁଥିଲେ । ବିଜେପିର ମୁଖ୍ୟମନ୍ତ୍ରୀ ସେହିଭଳି ସବୁ କଥାରେ ହାଇକମାଣ୍ଡଙ୍କ ଉପରେ ନିର୍ଭର କରିବେ । ସେ ଓଡିଶାବାସୀଙ୍କ ପାଖରେ ନୁହେଁ, ହାଇକମାଣ୍ଡଙ୍କ ପାଖରେ ଉତ୍ତରାଦାୟୀ ରହିବେ । ନବୀନ ପଟ୍ଟନାୟକ କିନ୍ତୁ ଓଡିଶାବାସୀଙ୍କ ପାଖରେ ଉତ୍ତରଦାୟୀ ।

ବିଜେପି ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଓ କ୍ଷମତାକୁ ମାଡି ବସିବେ । ତାଙ୍କ ରିମୋଟ୍ କଣ୍ଟ୍ରୋଲ ଦିଲ୍ଲୀ ଥିବା ହାଇକମାଣ୍ଡଙ୍କ ପାଖରେ ରହିବ । ନବୀନ ପଟ୍ଟନାୟକଙ୍କ ରିମୋଟ୍ କିନ୍ତୁ ସବୁବେଳେ ଓଡିଶାବାସୀଙ୍କ ପାଖରେ । ତେଣୁ ଓଡିଶାବାସୀ ବାଛିବେ ତାଙ୍କୁ କେମିତିକା ମୁଖ୍ୟମନ୍ତ୍ରୀ ଦରକାର ବୋଲି ପାଣ୍ଡିଆନ କହିଛନ୍ତି ।