FeaturedLatestSports

ମାଗଣାରେ ଟି୨୦ ବିଶ୍ୱକପ୍‌ ଦେଖିପାରିବେ ଦର୍ଶକ

ନୂଆଦିଲ୍ଲୀ (ସଂକେତ ଟିଭି) : ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର ଆଗାମୀ ଟି୨୦ ବିଶ୍ୱକପ୍‌ ନେଇ ବଡ଼ ଘୋଷଣା କରିଛି । ଏହି ମୋବାଇଲ ଆପ୍‌ରେ ଦର୍ଶକ ମାଗଣାରେ ବିଶ୍ୱକପ୍‌କୁ ଉପଭୋଗ କରିପାରିବେ। ତେବେ ଗତ ବର୍ଷ ଏହା ଦିନିକିଆ ବିଶ୍ୱକପ୍‌ ଏବଂ ଏସିଆ କପ୍‌ର ମାଗଣା ଷ୍ଟ୍ରିମିଂ ଅଫର୍‌ କରିଥିଲା।

ତେବେ ଆଇପିଏଲ୍‌ ଶେଷ ହେବା ପରେ ଟି୨୦ ବିଶ୍ୱକପ୍‌ ଆରମ୍ଭ ହେବ। ରୋହିତଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଜୁନ୍‌ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ। ଏଥିରେ ୨୦ ଦଳ ଅଂଶଗ୍ରହଣ କରିବେ। ଏହି ବିଶ୍ୱକପ୍‌ ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକା ସହ ଆୟୋଜନ କରିବେ।