CulturalFeaturedLatest

୬୦ ବର୍ଷୀୟ ବଡି ବିଲ୍ଡର

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଯେବେ ବି ଆମେ ବୁଢ଼ାବସ୍ଥା ବିଷୟରେ ଭାବିଥାନ୍ତି, ତ ଏମିତି ଅନୁଭବ ହୁଏ କି ଆମେ ସତରେ ଜୀବନର ଏକ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚି ଯାଇଛେ । କିନ୍ତୁ ଅନେକ ଲୋକ ଅଛନ୍ତି, ଯିଏକି ବୟସକୁ କେବଳ ଏକ ନମ୍ୱର ଭାବେ ମନେକରନ୍ତି, ଯାହାକୁ ବହୁତ ଲୋକ ପ୍ରମାଣ ବି କରି ଦେଖେଇଛନ୍ତି । ଏହାର ଏକ ପ୍ରମୁଖ ଉଦାହରଣ ୬୦ ବର୍ଷର ଷ୍ଟିଭ୍ ରାମସଡେନ୍ । ଯିଏକି ଏବେ ଇଂଲଣ୍ଡର ସହର ୱେକଫିଲ୍ଡରେ ରୁହନ୍ତି ।

ସେ ନିଜର ଜୀବନଶୈଳୀ ସହ ଡାଏଟ୍‌ରେ ପରିବର୍ତ୍ତନ କରିଥିଲେ ଓ ୱାର୍କ ଆଉଟ୍ କରି ନିଜକୁ ପୂରା ବଦଳାଇ ଦେଇଥିଲେ । ଏବେ ଲୋକେ ତାଙ୍କୁ ଜଣେ ୬୦ ବର୍ଷୀୟ ବୟସ୍କ ବ୍ୟକ୍ତି ନୁହେଁ, ଜଣେ ବଡ଼ି ବିଲ୍ଡର ଭାବେ ଦେଖିଥାନ୍ତି । ଓଜନ ହ୍ରାସ କରିବା ଏକ ଚ୍ୟାଲେଞ୍ଜପୂର୍ଣ୍ଣ କାମ, ଯାହାକୁ କରିବାରେ ଲୋକଙ୍କ ଅବସ୍ଥା ବି ଖରାପ ହୋଇଯାଏ । କିନ୍ତୁ ଏମିତି ନୁହେଁ, ଆପଣ କେବଳ ଯବାନ ବେଳେ ନିଜକୁ ଗୁଡ୍ ଲୁକିଂ କରି ପାରିବେ । ବୁଢ଼ାବସ୍ଥାରେ ବି ଲାଇଫ୍‌ଷ୍ଟାଇଲ୍‌ରେ କିଛି ପରିବର୍ତ୍ତନ କରି ଆପଣ ନିଜର ପର୍ସନାଲିଟିକୁ ପୂରା ବଦଳାଇ ପାରିବେ ।

ହେଲେ ଷ୍ଟିଭ୍‌ଙ୍କ ମାମଲାରେ ସେ କେବଳେ ଓଜନ ହ୍ରାସ କରିନାହାନ୍ତି, ଏହାସହ ନିଜର ମାଂସପେଶୀ ଉପରେ ବି କାମ କରି ନିଜକୁ ବଡ଼ି ବିଲ୍ଡର ପରି କରି ପାରିଛନ୍ତି । ଷ୍ଟିଭ୍ କୁହନ୍ତି, ସେ ଏତେ ମୋଟାପା ଥିଲେ ଯେ, ତଳକୁ ନଇଁ ନିଜର ଜୋତା ବି ପିନ୍ଧି ପାରୁନଥିଲେ । ନିଜର ଦୈନିକ ଜୀବନରେ ସେ ମନମୁତାବକ କପଡ଼ା ବି ପିନ୍ଧି ପାରୁନଥିଲେ । ନିଜର ଏହି ମୋଟାପାକୁ ଲୁଚାଇବାକୁ ସେ ବାଧ୍ୟବାଧ୍ୟକତାରେ ଢ଼ିଲା କପଡ଼ା ପିନ୍ଧୁଥିଲେ ।

ଷ୍ଟିଭ୍ କହିଛନ୍ତି, ସେ ୧୦ ମାସରେ ପାଖାପାଖି ୨୭ କିଲୋଗ୍ରାମ୍ ଓଜନ ହ୍ରାସ କରିଛନ୍ତି । ଯେବେ ତାଙ୍କର ଓଜନ କମ୍ ହେଲା ତ ତାଙ୍କର ଅନେକ ଶାରୀରିକ ସମସ୍ୟା ମଧ୍ୟ ଦୂର ହେବାକୁ ଲାଗିଲା । ସେ ହାଇ କୋଲେଷ୍ଟ୍ରଲ ବା ଡାଇବେଟିସ୍‌ରୁ ମୁକ୍ତି ପାଇଲେ । ଖାଲି ଏତିକି ନୁହେଁ ତାଙ୍କର ବ୍ଲଡପ୍ରେସର ବି ନର୍ମାଲ ହୋଇଗଲା । ଷ୍ଟିଭ୍ କୁହନ୍ତି
ଏହି ଟ୍ରାନ୍ସଫର୍ମେସନରେ ତାଙ୍କର କେବଳ ସ୍ୱାସ୍ଥ୍ୟ ଭଲ ହୋଇନି, ଏହାସହ ତାଙ୍କର ଲୁକିଂ ବି ବଦଳି ଯାଇଛି । ଏଥିରେ ତାଙ୍କୁ ଯେଉଁଭଳି ଆତ୍ମବିଶ୍ୱାସ ମିଳିଛି । ଏବେ ସେ ନିଜର ସ୍ୱାସ୍ଥ୍ୟକୁ ନେଇ ବହୁତ ଖୁସି ।