FeaturedLatest

୨୮ ବର୍ଷ ଯୁବକଙ୍କ ପ୍ରେମରେ ୮୩ ବର୍ଷୀୟ ବିଦେଶିନୀ

ମୁମ୍ବାଇ : (ସଂକେତ୍ ଟିଭି) ‘ପ୍ୟାର୍ ଅନ୍ଧା ହୋତା ହେ’ କଥାଟି ଆପଣ ନିଶ୍ଚୟ ଶୁଣିଥିବେ । ପ୍ରେମରେ ପଡ଼ିଲେ ମଣିଷ ସବୁକିଛି ଭୁଲିଯାଏ । ନା ଧନୀ ଗରିବେ ଭେଦଭାବ ଦେଖେ ନା ଜାତିପ୍ରଥା । ମଣିଷକୁ ଅନ୍ଧ
କରିଦିଏ ପ୍ରେମ ନାମକ ଦୁଇ ଅକ୍ଷରର ଏହି ଶବ୍ଦ । ଏକଥା ଆମେ କହୁନୁ, ଏହି ଘଟଣା ଦେଖିବା ପରେ ଲୋକେ ଏଭଳି କହୁଥିବା ଦେଖାଯାଉଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନ ହାପଜାଦାବାଦର କାଜିପୁର ଅଞ୍ଚଳରେ ।

ପାକିସ୍ତାନରେ ବାସ କରୁଥିବା ୨୮ ବର୍ଷୀୟ ଯୁବକ ହାଫିଜ ନଦିମ୍ ୮୩ ବର୍ଷୀୟ ବିଦେଶୀ ମହିଳାଙ୍କ ପ୍ରେମରେ ପଡ଼ିଥିଲେ । ଭଭୟ ଫେସବୁକରେ ମାଧ୍ୟମରେ ପରିଚିତ ହୋଇଥିବା କହିଛନ୍ତି । ସୋସିଆଲ ମିଡିଆରେ କଥା ହେବା ପରେ ଉଭୟ ପରସ୍ପରକୁ ଭଲପାଇ ବସିଲେ । ବିଦେଶିନୀ ଜଣଙ୍କ ହାଫିଜଙ୍କ ପ୍ରେମରେ ପଡ଼ି ପାକିସ୍ତାନ ଚାଲିଆସିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ୮୩ ବର୍ଷୀୟ ମହିଳା ଜଣକ ଅବିବାହିତ ଥିଲେ । ସମାଜକୁ ଭ୍ରୁକ୍ଷେପ ନ କରି ଉଭୟ ୨୦୨୧ରେ ବିବାହ ବନ୍ଧନରେ ବାନ୍ଧିହେଲେ । ମହିଳା ଜଣକ ପୋଲାଣ୍ଡ ବାସିନ୍ଦା ହୋଇଥିବା ବେଳେ ଯୁବକ ଜଣକ ପାକିସ୍ତାନର । ଏକ ସାକ୍ଷାତକାର ପରେ ଏହି ପ୍ରେମୀଯୁଗଳଙ୍କ ପ୍ରେମ କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଥମେ ବିଦେଶିନୀ ମହିଳା ଜଣକ ହାଫିଜଙ୍କୁ ଭଲପାଇବସିଥିଲେ । ପରେ ହାଫିଜ ମଧ୍ୟ ତାଙ୍କୁ ଭଲପାଇବସିଲେ । ବର୍ତ୍ତମାନ ଉଭୟଙ୍କ ବିବାହକୁ ବର୍ଷେ ପୂରିଯାଇଥିବା ବେଳେ ଉଭୟ ପରସ୍ପରଙ୍କ ସହ ଖୁସିରେ ଅଛନ୍ତି ବୋଲି ସେ କହିଛନ୍ତି ।