FeaturedLatest

ଦୈନିକ ଦେଢ଼କିଲୋ ଚିକେନ, ୨୦ଟି ଅଣ୍ଡା ଖାଆନ୍ତି ପୋଲିସ କର୍ମଚାରୀ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦେଶରେ ଏମିତି ବହୁ ପୋଲିସ କର୍ମଚାରୀ ରହିଛନ୍ତି ଯେଉଁମାନେ କି ନିଜର ଫିଟନେସ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏମିତି ଜଣେ ପୋଲିସ କର୍ମଚାରୀଙ୍କ ନାମ ହେଉଛି ନରେନ୍ଦ୍ର ଯାଦବ । ନରେନ୍ଦ୍ର ନିଜର ଶରୀରକୁ ନେଇ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ନରେନ୍ଦ୍ର ଦିଲ୍ଲୀ ପୋଲିସର ଜଣେ ହେଡ୍‌ କନଷ୍ଟେବଳ ରହିଛନ୍ତି । ନରେନ୍ଦ୍ର ନିଜର ଶରୀର ଗଠନକୁ ନେଇ କହନ୍ତି, ମୁଁ ପ୍ରତିଦିନ ବ୍ୟାୟାମ କରୁଥିଲି । ସାଙ୍ଗମାନଙ୍କ ପରାମର୍ଶ କ୍ରମେ ବଡିବିଲଡିଂ କରିବା ଆରମ୍ଭ କଲି । ଏଯାବତ ବଡିବିଲଡିଂ କରି ଅନେକ ପୁରସ୍କାର ଜିତିଛି ।

ମୁଁ କିଛିଦିନ ପୂର୍ବରୁ ମୋର ବାଇସେପ୍ସ ୨୦-୨୧, ଛାତି ୫୮ଇଞ୍ଚ ରହିଥିବା ଜାଣିବାକୁ ପାଇଥିଲି । ମୋର ଉଚ୍ଚତା ୫ଫୁଟ ୮ଇଞ୍ଚ ରହିଥିବା ବେଳେ ଓଜନ ୧୦୮କିଲୋ ରହିଛି । ମୁଁ ପ୍ରତିଦିନ ୫୦୦୦କ୍ୟାଲୋରିର ଖାଦ୍ୟ ଖାଉଛି । ଜଣେ ସାଧାରଣ ମଣିଷ ପ୍ରତିଦିନ ୧୫୦୦-୨୦୦୦ କ୍ୟାଲୋରି ପର୍ଯ୍ୟନ୍ତ ଖାଦ୍ୟ ଖାଇବା ଆବଶ୍ୟକ । ମୁଁ ଗୋଟିଏ ଦିନ ଭିତରେ ୩/୪ଜଣ ଲୋକଙ୍କ ଖାଦ୍ୟ ଖାଇଥାଏ । ଦିନକୁ ୬ଥରେ ଖାଇଥାଏ । ସେଥିରେ ମୋର ଦେଢ଼କିଲୋ ଚିକେନ, ୨୦ଟି ଅଣ୍ଡା, ୪ ଚାମଚ ପ୍ରୋଟିନ ପାଉଡର, ୧୦ଟି ରୁଟି, ଗୋଟିଏ ବ୍ରେଡର ପ୍ୟାକେଟ ରହିଥାଏ ।

ଦିନ ଭିତରେ ଏସବୁ ଖାଦ୍ୟ ମୋର ସୁବିଧା ଅନୁସାରେ ଖାଇଥାଏ । ମୋର ଏଭଳି ଶରୀର ପାଇଁ ଡିୟୁଟି ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ମୁଁ ପୋଷାକ ତ ନିଜେ ପିନ୍ଧି ଦିଏ, କିନ୍ତୁ ଓହ୍ଲାଇ ପାରେ ନାହିଁ । ଜଣେ ସାହାଯ୍ୟ କଲେ ଯାଇ ପୋଷାକ ଓହ୍ଲାଇ ପାରିଥାଏ ।’