EntertainmentLatest

ପଶମିନା ରୋଶନଙ୍କ ପ୍ରେମରେ ପଡ଼ିଛନ୍ତି କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ : (ସଂକେତ୍ ଟିଭି) ହିନ୍ଦୀ ସିନେଶିଳ୍ପର ଲୋକପ୍ରିୟ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ନେଇ ଢେର ଚର୍ଚ୍ଚା ହୁଏ । ବିଭିନ୍ନ ମିଡିଆରେ ପ୍ରକାଶିତ ଖବର ଅନୁଯାୟୀ, ଅଭିନେତା ହ୍ରିତିକ୍ ରୋଶନଙ୍କ ସମ୍ପର୍କୀୟ ଭଉଣୀ ପଶମିନା ରୋଶନଙ୍କ ପ୍ରେମରେ ପଡ଼ିଛନ୍ତି କାର୍ତ୍ତିକ । ଦୁହେଁ ଅନେକ ସମୟରେ ଏକାଠି ଦେଖିବାକୁ ମିଳନ୍ତି । ଏମିତିକି ସୁଟିଂ ଓ ଅନ୍ୟାନ୍ୟ କାମ ନଥିଲେ କାର୍ତ୍ତିକ ପହଞ୍ଚିଯାଆନ୍ତି ପଶମିନାଙ୍କ ଘରେ । ପଶମିନା ମଧ୍ୟ ଫୁରସତ ପାଇଲେ ପଳାଇ ଆସନ୍ତି କାର୍ତ୍ତିକଙ୍କ ନିକଟକୁ ।

କାର୍ତ୍ତିକଙ୍କ ଅନ୍ତରଙ୍ଗ ବନ୍ଧୁଙ୍କ କହିବାନୁସାରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସମୟ ବିତାଇବା ପାଇଁ ଉଭୟ କାର୍ତ୍ତିକ ଓ ପଶମିନାଙ୍କ ପ୍ରିୟ ସ୍ଥାନ ହେଉଛି ଜିଓ ୱାର୍ଲଡ୍ ଡ୍ରାଇଭ୍ ହୋଟେଲ । ତେବେ ପଶମିନାଙ୍କ ସହିତ ବାହାରକୁ ଯିବା ବଦଳରେ ଘରେ ହିଁ ମଉଜ ମସ୍ତି କରିବା କାର୍ତ୍ତିକଙ୍କ ପସନ୍ଦ । ବାହାରକୁ ଗଲେ ଫଟୋଗ୍ରାଫରଙ୍କ ନଜରରେ ପଡ଼ିବା ଭୟ ଥିବାରୁ କାର୍ତ୍ତିକ ପଶମିନାଙ୍କୁ ଘରକୁ ଡାକନ୍ତି କିମ୍ବା ନିଜେ ତାଙ୍କ ଘରକୁ ଯାଆନ୍ତି ବୋଲି କହିଛନ୍ତି ତାଙ୍କର ଏହି ଅନ୍ତରଙ୍ଗ ବନ୍ଧୁ । ଏହା ପୂର୍ବରୁ ଅଭିନେତ୍ରୀ ସାରା ଅଲି ଖାନଙ୍କୁ ଡେଟ୍‌ କରୁଥିଲେ କାର୍ତ୍ତିକ । ଫିଲ୍ମ ‘ଲଭ୍ ଆଜ୍ କଲ ୨’ରେ କାର୍ତ୍ତିକଙ୍କ ସହକଳାକାର ଥିଲେ ସାରା । ତେବେ କାର୍ତ୍ତିକ-ସାରାଙ୍କ ପ୍ରେମ ସମ୍ପର୍କ ଅଧିକ ଦିନ ତିଷ୍ଠିଲା ନାହିଁ । ଦେଖାଯାଉ କାର୍ତ୍ତିକ ଓ ପଶମିନାଙ୍କ ପ୍ରେମ ସମ୍ପର୍କ ଆଗକୁ କି ମୋଡ଼ ନେଉଛି ।