BusinessFeaturedLatest

ଡିସେମ୍ବର ୧ରୁ ହିରୋ ଦୁଇ ଚକିଆ ଗାଡିର ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ : (ସଂକେତ୍ ଟିଭି) ହିରୋ ମୋଟୋକର୍ପ ତାର ସମସ୍ତ ଦୁଇ ଚକିଆ ଯାନର ମୂଲ୍ୟ ଡିସେମ୍ବର ୧ରୁ ବୃଦ୍ଧି କରିବାକୁ ଘୋଷଣା କରିଛି। ହିରୋ ବାଇକ୍ ଓ ସ୍କୁଟରର ମୂଲ୍ୟ ୧,୫୦୦ ଟଙ୍କା ବୃଦ୍ଧି ପାଇବ। ଚଳିତ ବର୍ଷ ଚତୁର୍ଥ ଥର ପାଇଁ କମ୍ପାନୀ ମୂଲ୍ୟ ବୃଦ୍ଧି କରିଛି।

ହିରୋ କମ୍ପାନୀ କହିଛି ଯେ, ଡିସେମ୍ବର ୧ରୁ ହିରୋ ମୋଟୋକର୍ପ ମୋଟରସାଇକେଲ ଏବଂ ସ୍କୁଟରର ପୂର୍ବ ଶୋ’ରୁମ ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି । କ୍ରୟ ମଡେଲ, ଭାରିଆଣ୍ଟ ଅନୁଯାୟୀ ୧,୫୦୦ ଟଙ୍କା ବୃଦ୍ଧି କରାଯାଇଛି।

ପୂର୍ବରୁ ହିରୋ ମୋଟୋକର୍ପ ସେପ୍ଟେମ୍ବର ୨୦୨୨ରେ ଏହାର ସମସ୍ତ ଦୁଇ ଚକିଆ ଯାନର ମୂଲ୍ୟ ୧୦୦୦ ଟଙ୍କା ବୃଦ୍ଧି କରିଥିଲା। ଇନ୍‌ପୁଟ୍‌ ମୂଲ୍ୟ ବୃଦ୍ଧିକୁ ଏହାର କାରଣ ବୋଲି କମ୍ପାନୀ ଦର୍ଶାଇଥିଲା। ମୋଟ ଉପରେ ଦେଖିଲେ ହିରୋ ଏହାର ଯାନକୁ ଚଳିତ ବର୍ଷ ୭,୫୦୦ ଟଙ୍କା ଅଧିକ ବୃଦ୍ଧି କରିଛି।