Latest

୨୦୦ କର୍ମଚାରୀଙ୍କୁ ଛଟେଇ କଲା ଓଲା କମ୍ପାନୀ

ବେଙ୍ଗାଲୁରୁ : (ସଂକେତ୍ ଟିଭି) ଓଲା କାବ୍ସ, ଓଲା ଇଲେକ୍ଟ୍ରିକ ଓ ଓଲା ଫାଇନାନ୍ସିଆଲ ସର୍ଭିସେସ କମ୍ପାନୀରୁ ପ୍ରାୟ ୨୦୦ କର୍ମଚାରୀଙ୍କୁ ଛଟେଇ କରାଯାଇଛି । କମ୍ପାନି ପକ୍ଷରୁ ନିଜର ଟେକ୍, ପ୍ରଡକ୍ଟ ଓ ଇଂଜିନିୟରିଂ ବିଭାଗର କର୍ମଚାରୀଙ୍କୁ ଛଟେଇ କରାଯାଇଛି ।

କମ୍ପାନି ପକ୍ଷରୁ ନିୟମିତ ଭାବେ କରାଯାଉଥିବା କମ୍ପାନି ପୁନର୍ଗଠନ ପ୍ରକ୍ରିୟାର ଅଂଶସ୍ବରୂପ ଏସବୁ ଛଟେଇ କରାଯାଇଛି । ଆଗକୁ ବିଭିନ୍ନ ବିଭାଗରେ କମ୍ପାନି ପକ୍ଷରୁ ନୂଆ ନିଯୁକ୍ତି ଦିଆଯିବାର ଯୋଜନା ରହିଛି । ବିଶେଷକରି ଇଂଜିନିୟରିଂ ଓ ଡିଜାଇନ କ୍ଷେତ୍ରରେ ଅଧିକ ନିଯୁକ୍ତି ଦିଆଯାଇପାରେ ବୋଲି କମ୍ପାନିର ଜଣେ ମୁଖପାତ୍ର କହିଛନ୍ତି ।
ଚଳିତ ସପ୍ତାହରେ ଓଲା ପକ୍ଷରୁ ନିଜର ନିଓ ବ୍ୟାଙ୍କିଙ୍ଗ୍ କମ୍ପାନି ଆଭେଲ ଫାଇନାନ୍ସକୁ ବନ୍ଦ କରିଦିଆଯାଇଥିଲା ।