FeaturedLatestSports

ବିଶ୍ୱର ଶ୍ରେଷ୍ଠ ଦିନିକିଆ ବୋଲର୍‌ ହେଲେ ମହମ୍ମଦ ସିରାଜ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତୀୟ ଦ୍ରୁତ ବୋଲର୍‌ ମହମ୍ମଦ ସିରାଜ ଆଇସିସି ଦିନିକିଆ ବୋଲର ମାନ୍ୟତାରେ ପ୍ରଥମ ଥର ଲାଗି ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ସେ ନ୍ୟୁଜିଲାଣ୍ଡର ଟେଣ୍ଟ ବୋଲ୍ଟ ଏବଂ ଅଷ୍ଟ୍ରେଲିଆର ଜୋଶ ହାଜଲଉଡ୍‌ଙ୍କୁ ପଛରେ ପକାଇଛନ୍ତି।

ସିରାଜ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୯ ଉଇକେଟ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୪ ଉଇକେଟ ନେଇଥିଲେ। ଏହି ପ୍ରଦର୍ଶନ ପରେ ତାଙ୍କ ପାଖରେ ୭୨୯ ରେଟିଂ ପଏଣ୍ଟ ଥିବା ବେଳେ ହାଜଲଉଡ୍‌ ତାଙ୍କଠାରୁ ୨ ପଏଣ୍ଟ ପଛରେ ଅଛନ୍ତି। ଭାରତୀୟ ବୋଲର ମହମ୍ମଦ ଶାମି ଏବେ ୩୨ ତମ ସ୍ଥାନରେ ରହିଛନ୍ତି।

ଦିନିକିଆ ବ୍ୟାଟ୍ସମ୍ୟାନ୍‌ ତାଲିକାରେ ପାକିସ୍ତାନ ଅଧିନାୟକ ବାବର ଆଜମ ଶୀର୍ଷରେ ଅଛନ୍ତି। ଭାରତର ୩ ଖେଳାଳି ଟପ୍‌-୧୦ ମଧ୍ୟରେ ଅଛନ୍ତି। ସେହିଭଳି ଶୁଭମନ ୬ଷ୍ଠ, ବିରାଟ କୋହଲି ୭ମ, ରୋହିତ ଶର୍ମା ୮ମ ସ୍ଥାନରେ ଅଛନ୍ତି।