CrimeLatestNews

୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ରାଜସ୍ବ ସହାୟକ

ବଲାଙ୍ଗିର (ସଂକେତ ଟିଭି): ଜମି ପଟ୍ଟା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲର ରାଜସ୍ବ ସହାୟକ ତଥା ରେକର୍ଡ କିପର ହେବଲେଟ ବାର୍ଲା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତାଙ୍କୁ ଭିଜିଲାନ୍ସ ଗିରଫ କରିବା ସହିତ ତାଙ୍କ ଅଫିସ ସହ ଦୁଇଟି ସ୍ଥାନରେ ଚଢ଼ାଉ କରି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଜବତ କରିଛି ।

ଗତ ୨୦୧୯ରେ ଜମି ପଟ୍ଟା ପାଇଁ ଜଣେ ଲୋକ ତହସିଲରେ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ । ହେଲେ ଦୀର୍ଘ ବର୍ଷ ଧରି କାମ ନକରି ହେବଲେଟ୍ ପକାଇ ରଖିଥିଲେ । ଏନେଇ ଅଭିଯୋଗକାରୀ ଅନୁରୋଧ କରିବାରୁ ରେକର୍ଡ କିପର ୨୦ ହଜାର ଟଙ୍କା ଦାବି କରିଥିଲେ। ଏନେଇ ଅଭିଯୋଗକରୀ ସମ୍ବଲପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଭିଜିଲାନ୍ସ କେଶ ନ ୪ ୭ ପିସି ଏକ୍ଟ ୧୯୮୮ ଅନୁସାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏବଂ ପୂର୍ବ ଯୋଜନା ଅନୁସାରେ ଆଜି ରେକର୍ଡ କିପର ପ୍ରଥମ କିସ୍ତିରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା । ଲାଞ୍ଚ ୧୦ ହଜାର ଟଙ୍କା ଜବତ କରିବା ସହ ଦୁଇଟି ଜାଗାରେ ଚଢ଼ାଉ କରାଯାଇଛି।