FeaturedGeneralLatestPolitics

ୟୁପିରେ ହେଲା ସମାଜବାଦୀ ପାର୍ଟି-କଂଗ୍ରେସ ମେଣ୍ଟ

ଲକ୍ଷ୍ନୌ (ସଂକେତ ଟିଭି): ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ଚୁଡାନ୍ତ ହୋଇଛି । ସମାଜବାଦୀ ପାର୍ଟି କଂଗ୍ରେସକୁ ବାରଣାସୀ ଓ ପ୍ରୟାଗରାଜ ଆସନ ସହ ମୋଟ ୧୭ ଟି ଆସନ ଛାଡିବାକୁ ରାଜି ହୋଇଛି । ବୁଧବାର ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ଏହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି କି ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବ । ଏଥିରେ କିଛି ଅସୁବିଧା ନାହିଁ। ଅନ୍ତ ଭଲ ତ ସବୁ ଭଲ। ମୁରାଦାବାଦରେ ସେ କହିଛନ୍ତି।

ସୂଚନାନୁଯାୟୀ, ସମାଜବାଦୀ ପାର୍ଟି ଆଗାମୀ ନିର୍ବାଚନରେ ରାଜ୍ୟରେ ୮୦ ଲୋକ ସଭା ଆସନରୁ କଂଗ୍ରେସକୁ ୧୯ ସିଟ୍‌ ଦେବାକୁ ସ୍ଥିର କରିଛି। କଂଗ୍ରେସ ପାଖରେ ଏବେ ରାଏବରେଲିରୁ ସୋନିଆ ଗାନ୍ଧୀଙ୍କ ରୂପରେ ଗୋଟିଏ ମାତ୍ର ଏମ୍‌ପି ଅଛନ୍ତି। ଗତ ସାଧାରଣ ନିର୍ବାଚନରେ ସମାଜବାଦୀ ପାର୍ଟି ମାୟାବତୀଙ୍କ ବିଏସ୍‌ପି ସହ ମେଣ୍ଟ କରି ୫ ଆସନ ଜିତିଥିଲା। ଏହାପରେ ଉପନିର୍ବାଚନରେ ଦଳ ଆଜମଗଡ଼ ଏବଂ ରାମପୁରର ଦୁଇ ଆସନରେ ପରାଜିତ ହୋଇଥିଲା।