LatestNews

ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ରକ; ୪ ମୃତ, ୯ ଜଣ ଗୁରୁତର

ଝାରସୁଗୁଡା (ସଂକେତ ଟିଭି) ପିକଅପ୍ ଭ୍ୟାନକୁ ଏକ ଟ୍ରକ ଧକ୍କା ଦେବା ଫଳରେ ୪ଜଣଙ୍କ ମୃତ୍ୟୁ ହେବା ସହିତ ୯ ଜଣ ଗୁରୁତର ହୋଇଛନ୍ତି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଜୁନିୟନ୍‌ ଛକରେ ଏହି ଦୁର୍ଘଟଣା ଘଟିଛି । ଆହତ ୯ ଜଣଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୧୦ ଟା ୩୦ ମିନିଟରେ ଲଖନପୁର ବେହେରାଗୁଡ଼ା ପଟରୁ ଆସୁଥିବା ଏକ ଯାତ୍ରୀବାହୀ ପିକଅପ୍ ଭ୍ୟାନକୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ଦୁଇ ଜଣ ମହିଳା ରହିଛନ୍ତି । ଖବର ପାଇ ଲଖନପୁର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଆହତଙ୍କୁ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ଟ୍ରକ ଡ୍ରାଇଭର ଫେରାର ଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି।