LatestNews

ମହୁମାଛି ଆକ୍ରମଣରେ ୨୦ରୁ ଊର୍ଦ୍ଧ୍ବ ସ୍କୁଲ ଛାତ୍ରଛାତ୍ରୀ ଆହତ

ଢେଙ୍କାନାଳ (ସଂକେତ ଟିଭି) : ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରରେ ସମର ଫେଷ୍ଟିଭାଲରେ ଛାତ୍ରଛାତ୍ରୀଙ୍କୁ ମହୁମାଛି ଆକ୍ରମଣ କରିଛନ୍ତି । ଏଥିରେ ୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଆଜି ସକାଳେ ଜିଲ୍ଲାର ବିରାଶାଳ ସ୍ଥିତ ଥିବା ଏକ ଘରୋଇ ସ୍କୁଲର ଛାତ୍ରଛାତ୍ରୀ ମାନେ ସମର ଫେଷ୍ଟିଭାଲରେ ଯୋଗଦେବାପାଇଁ ୩ଟି ସ୍କୁଲବସରେ କାମାକ୍ଷାନଗର ଯାଇଥିଲେ । ବସ୍ ଯୋଗେ ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀମାନେ କାମାକ୍ଷାନଗରରେ ଥିବା ରାମିଆଳ ନଦୀର ବାଲିଗୋରଡ ସ୍ଥିତ ସାପୁଆ ଡ୍ୟାମକୁ ଯାଇଥିଲେ ଏବଂ ସେଠାରେ ଓହ୍ଲାଇ ଡ୍ୟାମ ନିକଟକୁ ଯାଉଥିବାବେଳେ ମହୁମାଛି ହଠାତ ଆକ୍ରମଣ କରିଥିଲେ । ବର୍ତ୍ତିବାର କୌଣସି ଉପାୟ ନ ପାଇ ବଡ ଛାତ୍ରଛାତ୍ରୀମାନେ ଜୀବନ ବିକଳରେ ବସକୁ ଫେରି ଆସିଥିଲେ, କିନ୍ତୁ କିଛି ଛୋଟ ପିଲାଙ୍କୁ ମହୁମାଛି ଆକ୍ରମଣ କରିଥିଲା । ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ କିଛି ଶିକ୍ଷକମାନେ ମଧ୍ୟ ଆହତ ହୋଇଛନ୍ତି । ସମସ୍ତ ଗୁରୁତର ମାନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି ଏବଂ ସମସ୍ତଙ୍କ ଅବସ୍ଥା ପ୍ରାୟ ସ୍ଥିର ରହିଛି ।