BusinessLatestNews

ଓଡିଶାରେ ବିଦ୍ୟୁତ୍ ଚାଳିତ ଗାଡି ତିଆରି କାରଖାନା କରିବ ଜେଏସଡବ୍ଲୁ 

ଭୁବନେଶ୍ବର (ସଂକେତ ଟିଭି) ଜେଏସଡବ୍ଲ୍ୟୁ ଓଡ଼ିଶାରେ ବିଦ୍ୟୁତ୍ ଚାଳିତ ଗାଡି ଓ ବ୍ୟାଟେରୀ ନିର୍ମାଣ କାରଖାନା କରିବ । ଏଥିପାଇଁ ଓଡ଼ିଶା ସରକାର ଏବଂ ଜେଏସଡବ୍ଲ୍ୟୁ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।

ଜେଏସଡବ୍ଲୁ ଦେଶରେ ଅଟୋମୋବାଇଲ ଶିଳ୍ପରେ ପ୍ରଥମ ଥର ପାଇଁ ପାଦ ଥାପିବ । ଓଡ଼ିଶାରେ ଏହି କମ୍ପାନୀ ଇଲେକ୍ଟ୍ରୋନିକ ଭେଇକିଲ ବା ଇଭି ଯାନ ତିଆରି କରିବ । ଏହି ପ୍ରକଳ୍ପ ପାଇଁ କମ୍ପାନୀ କଟକ ନରାଜରେ ଶିଳ୍ପ ପ୍ରତିଷ୍ଠା କରିବ । ସିଙ୍ଗଲ ଲୋକେସନ ଓଡ଼ିଶାରେ ଜେଏସଡବ୍ଲୁ ବିଶ୍ବର ସର୍ବବୃହତ ବ୍ୟାଟେରୀ ପ୍ରସ୍ତୁତ କାରଖାନା ନିର୍ମାଣ କରିବ । ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବା ସହ କମ୍ପାନୀ ଇଲେକ୍ଟ୍ରିକ ଭେହିକଲ କମ୍ପୋନେଣ୍ଟ ତିଆରି କରିବ । ୫୦ ହଜାର ମେଗାଓ୍ବାଟର ବ୍ୟାଟେରୀ ମାନୁଫାକଚରିଂ ୟୁନିଟ ପ୍ରସ୍ତୁତ ହେବ । ଇଭି ପାଇଁ ନରାଜ ଠାରେ କମ୍ପାନୀ ୯ଶହ ଏକର ଜମି ଯୋଗାଇ ଦିଆଯାଇଛି । ସେହିପରି ପାରାଦୀପରେ କମ୍ପାନୀ ଇଭି ପାଇଁ ବ୍ଯାଟେରୀ ନିର୍ମାଣ କରିବ । ବ୍ୟାଟେରୀ ପାଇିଁ କମ୍ପାନୀ ଚିଲିରୁ କପର ଆଣିବ । ଅଷ୍ଟ୍ରେଲିଆରୁ ଲିଥିଅମ ଆଣିବ। ବ୍ୟାଟେରୀ ପାରାଦୀପରୁ ଆଣି କମ୍ପାନୀ ନରାଜରେ ଇଭିରେ ଫିଟିଂ କରିବ । ପ୍ରକଳ୍ପ ଲାଗି ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏଥିରେ ୧୧ରୁ ୧୨ ହଜାର ନିଯୁକ୍ତି ସୃଷ୍ଟି ହେବ ।