FeaturedLatestNews

ଓଡ଼ିଶାର ପଦ୍ମ ସମ୍ମାନପ୍ରାପ୍ତଙ୍କୁ ମିଳିବ ମାସକୁ ୨୫ ହଜାର ଅର୍ଥ ରାଶି

ଭୁବନେଶ୍ବର (ସଂକେତ ଟିଭି) : ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ମିଳିଥାଏ। ଓଡିଶାର ପଦ୍ମ ପୁରସ୍କାରପ୍ରାପ୍ତ ସମ୍ମାନାର୍ଥେ ରାଜ୍ୟ ସରକାର ଅର୍ଥ ସମ୍ମାନ ରାଶି ଘୋଷଣା କରିଛନ୍ତି ।

ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ବରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥ ସମ୍ମାନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚଳିତ ବର୍ଷ ଅପ୍ରେଲ ମାସ ଠାରୁ ଏହି ସମ୍ମାନ ରାଶି ପ୍ରଦାନ କରାଯିବ।