୪୫ କୋଟିର ବଜେଟ୍, ଆୟ ୧ ଲକ୍ଷ
ମୁମ୍ବାଇ (ସଂକେତ ଟିଭି): ସାଧାରଣତଃ ଫିଲ୍ମଟିଏ ରିଲିଜ ହେଲେ ସମସ୍ତେ ଏହାର ଆୟକୁ ନେଇ ଚର୍ଚ୍ଚା କରନ୍ତି । ସେହିଭଳି ବର୍ତ୍ତମାନ ଗୋଟିଏ ଫିଲ୍ମର ଆୟକୁ ନେଇ ଜୋରସୋର ଚର୍ଚ୍ଚା ଲାଗି ରହିଛି । ଫିଲ୍ମଟି ହେଲା ଅର୍ଜୁନ କପୁର ଓ ଭୂମି ପେଡେନ୍କରଙ୍କ ଅଭିନୀତ ‘ ଦି ଲେଡି କିଲର’ । ଚଳିତ ମାସ ୩ତାରିଖରେ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହେବାପରେ ଏହାର ଆୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୪୫ କୋଟିରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ମାତ୍ର ଏକ ଲକ୍ଷ ଆୟ କରିଥିବା ସୂଚନା ରହିଛି । ଫିଲ୍ମଟିକୁ ବିନା ପ୍ରମୋସନରେ ରିଲିଜ୍ କରାଯାଇଥିବାରୁ ଏଭଳି ହୋଇଥିବା ସମୀକ୍ଷକମାନେ ମତ ଦେଇଛନ୍ତି । ବର୍ତ୍ତମାନ ଫିଲ୍ମଟିକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାକୁ ମେକର୍ସମାନେ ଯୋଜନା କରୁଛନ୍ତି । ଓଟିଟିରୁ ଫିଲ୍ମଟିର କିଛି ଆୟ ହେବ ବୋଲି ମେକର୍ସ ଆଶା ରଖିଛନ୍ତି । ଫିଲ୍ମଟିର ନିର୍ଦ୍ଦେଶନା ଅଜୟ ବହଲ୍ ଦେଇଥିବାବେଳେ ପ୍ରଯୋଜନା ଶୈଳେସ୍ ଆର୍ ସିଂ ଓ ସାହିଲ୍ ମିରଚନ୍ଦାନି କରିଛନ୍ତି ।