FeaturedLatestNewsPolitics

ଓଡ଼ିଶାକୁ ପ୍ରଚାର ପାଇଁ ଆସୁଛନ୍ତି ବିଜେପିର ହେବିଓ୍ବେଟ୍ ନେତା

ଭୁବନେଶ୍ବର (ସଂକେତ ଟିଭି) : ନିର୍ବାଚନ ପ୍ରଚାର ପାଇଁ ଓଡିଶାକୁ ଛୁଟୁଛି ବିଜେପି ଦିଲ୍ଲୀ ନେତୃତ୍ୱଙ୍କ ଗସ୍ତ । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କେନ୍ଦ୍ର ମନ୍ତ୍ରୀ ପର୍ଯ୍ୟନ୍ତ ଓଡିଶାରେ ଆସି କରୁଛନ୍ତି ପ୍ରଚାର । ୮ତାରିଖରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ନବରଙ୍ଗପୁରର ତିନୋଟି ସ୍ଥାନରେ ସଭା କରିବେ। ଏହାପରେ ଆସନ୍ତା ୯ରେ କେନ୍ଦ୍ର ସଡକ ପରିବହନମନ୍ତ୍ରୀ ନୀତିନ ଗଡ଼ ଓଡ଼ିଶା ଆସିବେ । ସେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ଏକ ବିରାଟ ସମାବେଶ କରିବେ। ସେହିଦିନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ଓଡ଼ିଶା ଆସିବେ । ସେ ମାଲକାନଗିରି,ଚିତ୍ରକୁଣ୍ଡା ଓ ଖଲ୍ଲିକୋଟ ଗସ୍ତ କରିବେ । ସେହିପରି ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଆସିବେ । ଭୁବନେଶ୍ୱରରେ ରୋଡ୍ ସୋ କରିବେ । ଆଉ ୧୨ ତାରିଖରେ ପୁଣି ଥରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହ । ସେହିଭଳି ଓଡିଶାରେ ଷ୍ଟାର ପ୍ରଚାରକ ଭାବେ ହେମା ମାଳିନୀ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଏହି ସୂଚନା ଦେଇଛନ୍ତି । ଆସନ୍ତା କାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସି ରାଜନାଥ ସିଂ ଭବାନୀପାଟଣା, ରାୟଗଡ଼ାରେ ସଭା କରିବେ ।