LatestNews

କାଳବୈଶାଖୀ ଯୋଗୁଁ ଭୁବନେଶ୍ବରରେ ଅବତରଣ କରିପାରିଲାନି ମୁଖ୍ଯମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ବର (ସଂକେତ ଟିଭି) : କାଳବୈଶାଖୀ ଯୋଗୁଁ ଭୁବନେଶ୍ୱରରେ ଅବତରଣ କରିପାରିଲା ନାହିଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ମୁଖ୍ୟମନ୍ତ୍ରୀ ଖଡ଼ିଆଳରୁ ଭୁବନେଶ୍ୱର ଫେରୁଥିଲେ । କାଳବୈଶାଖୀ ଜନିତ ବର୍ଷା ପବନ ଯୋଗୁଁ ହେଲିକପ୍ଟର ଭୁବନେଶ୍ୱରରେ ଓହ୍ଲାଇ ପାରିଲାନାହିଁ । ହେଲିକପ୍ଟରଟି ୩୦ ମିନିଟ୍ ପର୍ଯ୍ୟନ୍ତ ଭୁବନେଶ୍ବର ବିମାନବନ୍ଦର ଉପରେ ଚକ୍କର କାଟିଥିଲା । ପରେ ହେଲିକପ୍ଟରଟି ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାଇଥିଲା । ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ବିମାନ ଜରୁରୀ ଅବତରଣ କରିଥିଲା। ପ୍ରଚଣ୍ଡ ବର୍ଷା ପବନ ଯୋଗୁଁ ଏଭଳି ଘଟିଛି। ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଅନ୍ୟ ଏକ ବିମାନରେ ଭୂବନେଶ୍ବର ପ୍ରତ୍ୟାବର୍ତ୍ତନ କରିଛନ୍ତି ।