FeaturedGeneralLatestSports

୪ କୋଟି ଟଙ୍କା ଠକି ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଭାଇ ଗିରଫ

ମୁମ୍ବାଇ (ସଂକେତ ଟିଭି) : ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ଭାଇ ତଥା ଲକ୍ଷ୍ନୌ ଜିଆଣ୍ଟସ୍‌ର ଅଲ୍‌ରାଉଣ୍ଡର କୃଣାଳ ପାଣ୍ଡ୍ୟା କୋଟି କୋଟି ଟଙ୍କାର ଠକେଇ ହୋଇଥିବା ସୂଚନା ମିଳିଛି । ଆଶ୍ଚର୍ଯ୍ୟର କଥା, ପାଣ୍ଡ୍ୟା ବ୍ରଦର୍ସଙ୍କ ସାବତ ଭାଇ ହିଁ ଉଭୟଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଜଣାପଡ଼ିଛି। ପାଣ୍ଡ୍ୟା ବ୍ରଦର୍ସଙ୍କୁ ଠାରୁ ତାଙ୍କ ସାବତ ଭାଇ ବୈଭବ ପାଣ୍ଡ୍ୟା ପ୍ରାୟ ସାଢ଼େ ୪ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ଏହି ମାମଲାରେ ବୈଭବ ପାଣ୍ଡ୍ୟାଙ୍କୁ ମୁମ୍ବାଇର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ଗିରଫ କରିଛି। ୨୦୨୧ରେ ହାର୍ଦ୍ଦିକ ଓ କୃଣାଲଙ୍କ ସହ ମିଶି ବୈଭବ ଏକ ପଲିମର ବିଜନେସ କମ୍ପାନୀ ଆରମ୍ଭ କରିଥିଲେ। ଏହି କମ୍ପାନୀରେ ହାର୍ଦ୍ଦିକ ଓ କୃଣାଳଙ୍କ ୪୦-୪୦ ପ୍ରତିଶତ ଅଂଶ ଥିବାବେଳେ ବୈଭବଙ୍କର ୨୦ ପ୍ରତିଶତ ଭାଗିଦାରୀ ଥିଲା।

ସର୍ତ୍ତ ଅନୁଯାୟୀ, କମ୍ପାନୀର ଲାଭ ଭାଗିଦାରୀର ଅଂଶ ଅନୁଯାୟୀ ହାର୍ଦ୍ଦିକ, କୃଣାଲ ଓ ବୈଭବଙ୍କ ମଧ୍ୟରେ ବାଣ୍ଟିବାର ଥିଲା। କିନ୍ତୁ ହାର୍ଦ୍ଦିକ ଓ କୃଣାଲଙ୍କୁ କମ୍ପାନୀର ଲାଭ ଟଙ୍କା ଦେବା ପରିବର୍ତ୍ତେ ବୈଭବ ଏକ ଅନ୍ୟ କମ୍ପାନୀ ଖୋଲି ସେଠାକୁ ଲାଭ ଟଙ୍କା ଟ୍ରାନ୍ସଫର କରିଦେଇଥିଲେ। ଏହି କାରଣରୁ ପାଣ୍ଡ୍ୟା ବ୍ରଦର୍ସଙ୍କୁ ପ୍ରାୟ ୪.୩ କୋଟିର କ୍ଷତି ସହିବାକୁ ପଡିଥିଲା। ହାର୍ଦ୍ଦିକଙ୍କ ଅଭିଯୋଗକୁ ଆଧାର କରି ଇଓଡବ୍ଲୁ ବୈଭବଙ୍କୁ ଗିରଫ କରି ୫ ଦିନ ପାଇଁ ହେପାଜତକୁ ପଠାଇଛି।