ସୋରରେ ମଲେ ହଜାର ହଜାର ସଂଖ୍ୟାରେ କୁକୁଡା

ସୋର ୧।୩ : ( ତାଜୁଦ୍ଦିନ ) ବାଲେଶ୍ବର ଜିଲ୍ଲା ସୋରରେ ବାର୍ଡ ଫ୍ଲୁ ଆତଙ୍କ । ହଜାର ହଜାର କୁକୁଡା ମଡକ । ରାଜପଥ କଡରେ କୁଢ କୁଢ ମୃତ କୁକୁଡା ପଡିଥିବା ଦେଖିବାକୁ ମିଳିଛି । ଦେଶୀ, ବ୍ରୟଲର, ଅଷ୍ଟ୍ରଲିଆ କୁକୁଡା  ଏହି ରୋଗରୁ ବାଦ୍ ପଡିନାହାନ୍ତି । କୁକୁଡା ମଡକ ପରେ ବଜାରରେ ଜୀବିତ କୁକୁଡାଙ୍କର କିଲୋ ୫୦ ଟଙ୍କା ତଳକୁ ଖସି ଆସିଛି । ଖବର ପାଇ ପଶୁ ବିଭାଗ ତରଫରୁ ଛାନଭିନ ଆରମ୍ଭ ହୋଇଛି । ତେବେ ଏହି ଖବର ପ୍ରଚାର ହେବା ପରେ ଗାଁ ଗହଳି ଓ ସହରରେ ମରୁଥିବା କୁକୁଡା ପାଇଁ ବାର୍ଡ ଫ୍ଲୁ ଆତଙ୍କ ଖେଳି ଯାଇଛି।