Latest

ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ, ବାଲେଶ୍ଵର ୨ , ଜଗତସିଂହପୁର ୧

ଭୂବନେଶ୍ବର ୭।୫: ( ତପନ ସ୍ବାଇଁ) ରାଜ୍ୟରେ ପୁଣି ଆହୁରି ୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ଜଣେ ଜଗତସିଂହପୁର ଜିଲ୍ଲାର ଥିବା ବେଳେ ଆଉ ୨ଜଣ ବାଲେଶ୍ୱର ଜିଲ୍ଲାରୁ ରହିଛନ୍ତି । ସେମାନେ ଦୁଇଜଣ ପୁରୁଷ ଓ ତାଙ୍କ ବୟସ ଯଥାକ୍ରମେ ୨୬ ଓ ୨୯ । ଉଭୟେ ଓଉପଦା ଅଞ୍ଚଳର ଓ ସେମାନେ ସୁରଟରୁ ଫେରି କ୍ୱାରେଣ୍ଟାଇନରେ ରହିଥିଲେ । ସେହିପରି ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ବୟସ ୭୦ ହୋଇଥିବା ବେଳେ ସେ ପଶ୍ଚିମବଙ୍ଗରୁ ଫେରିଥିଲେ ।

ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦୯କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ବାଲେଶ୍ୱରରେ ମୋଟ ପଜିଟିଭ୍ ସଂଖ୍ୟା ୨୭କୁ ବୃଦ୍ଧି ପାଇଥିବା ବେଳେ ଜଗତସିଂହପୁରରେ ୫କୁ ବୃଦ୍ଧି ପାଇଛି । ଆଜି ସକାଳ ସମୟରେ ରାଜ୍ୟରେ ୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୭ଜଣ ଗଞ୍ଜାମର ହୋଇଥିବା ବେଳେ ୩ଜଣ ମୟୁରଭଞ୍ଜ ଜିଲ୍ଲାର ବୋଲି ଜଣାପଡିଛି ।