Latest

ରେଳ ଧାରଣାରେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରେନ, ୧୬ ମୃତ

ମୁମ୍ବାଇ, ୮।୫: ମହାରାଷ୍ଟ୍ରର ଔରଙ୍ଗାବାଦର କର୍ମାଡ ନିକଟରେ ରେଳ ଧାରଣା ଉପରେ ଶୋଇ ରହିଥିବା ପ୍ରବାସୀଙ୍କ ଉପରେ ଚଢିଗଲା ମାଲବାହୀ ଟ୍ରେନ । ଔରଙ୍ଗାବାଦ ଓ ଜାଲନା ରେଲୱେ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୬ ଜଣ ପ୍ରବାସୀ ମୃତ୍ୟୁବରଣ କରିଛନ୍ତି । ଅନେକ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଟି ସକାଳ ୬.୩୦ ସମୟରେ ଘଟିଛି।

ଏହି ସମସ୍ତ ଶ୍ରମିକ ରେଳ ଧାରଣା ଉପରେ ମହାରାଷ୍ଟ୍ରରୁ ଚାଲିଚାଲି ମଧ୍ୟପ୍ରଦେଶ ଯାଉଥିଲେ । ରାତି ସମୟରେ ବିଶ୍ରାମ ନେବା ପାଇଁ ରେଳ ଲାଇନ ଉପରେ ଶୋଇଥିଲେ । ଖାଲି ମାଲବାହୀ ଟ୍ରେନର ଏକ କୋଚ୍ କିଛି ଲୋକଙ୍କ ଉପରେ ମାଡି ଯାଇଛି।  ଲକଡାଉନ ପାଇଁ ସମସ୍ତ ପ୍ରବାସୀ ଶ୍ରମିକ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ହଜାର ହଜାର ଶ୍ରମିକ ଚାଲି ଚାଲି ନିଜ ଗାଁ ଓ ସହରକୁ ଫେରୁଛନ୍ତି ।