Latest

ବାଲେଶ୍ଵରରୁ ଚିହ୍ନଟ ସମସ୍ତ ୧୫ ଆକ୍ରାନ୍ତ ଭୋଗରାଇ ଅଞ୍ଚଳର

ବାଲେଶ୍ଵର, ୧୦।୫: ଆଜି ବାଲେଶ୍ଵର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୫ଜଣ କରୋନା ଆକ୍ରାନ୍ତ ଭୋଗରାଇ ଅଞ୍ଚଳର ଏବଂ ସେମାନେ ଏକାଧିକ  ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ସେମାନଙ୍କ ମଧ୍ୟରୁ ୫ କର୍ଣ୍ଣାଟକ ଓ ୧୦ ପଶ୍ଚିମବଙ୍ଗ ଫେରନ୍ତା । ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଟିମ୍ ସେଠାରେ ପହଞ୍ଚି ୧୫ କରୋନା ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇଥିବା ଜଣାପଡିଛି। ତେବେ ପୂର୍ବରୁ ଜଣେ ବୃଦ୍ଧଙ୍କ ପଜିଟିଭ୍ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସି ଏହି ୧୫ଜଣ  ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।