Viral Video

ଶିମିଳିପାଳ ଅଭୟାରଣ୍ୟ ମହାବଳ ବାଘ ବୁଲୁଥିବାର ଭିଡିଓ ଭାଇରାଲ

ବାରିପଦା ୦୯।୦୧: ( ସଂକେତ୍ ଟିଭି) ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ମହାବଳ ବାଘ ବୁଲୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଶିମିଳିପାଳ ଭିତରେ ଥିବା ବରେହିପାଣିରୁ ଚହଲାକୁ ଆସିବା ରାସ୍ତାରେ ମାଟିଘାଟି ଠାରେ ଏହି ମହାବଳ ବାଘକୁ ଦେଖିବାକୁ ମିଳିଛି । ବାଘଟି ମହାବଳ ବାଘ ବା ରୟାଲ ବେଙ୍ଗଲ ଟାଇଗର ହୋଇଥିବା ଅନୁମାନ କରାଯାଉଛି । ଭିଡ଼ିଓରେ ବାଘଟି ଗାଡି ସାମନାକୁ ଆସିଥିବା ଦେଖିବାକୁ ମିଳିଛି । ଏହାସହିତ ଭିଡିଓରେ ମୟୂରଭଞ୍ଜ ଭାଷା କୁହାଯାଉଥିବାର ଶୁଣିବାକୁ ମିଳୁଛି । ସେପଟେ ଭିଡ଼ିଓ ସମ୍ପର୍କରେ ବନବିଭାଗର ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିପାରି ନାହିଁ ।