EntertainmentFeaturedLatest

ସୁସ୍ମିତା ସେନ ଏବଂ ଲଲିତ ମୋଦୀଙ୍କ ବ୍ରେକଅପ୍, ୨ ମାସରେ ଭାଙ୍ଗିଗଲା ସମ୍ପର୍କ

ମୁମ୍ବାଇ : (ସଂକେତ୍ ଟିଭି) ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ଏବଂ ଲଲିତ ମୋଦୀଙ୍କ ବ୍ରେକଅପ୍ ହୋଇଥିବା ଜଣାପଡିଛି । ଏଥି ସହିତ ଏନେଇ ୟୁଜର୍ସମାନେ ସୋସିଆଲ ମିଡିଆରେ ଅନେକ କମେଣ୍ଟ ଦେବା ଆରମ୍ଭ କରି ଦେଇଛନ୍ତି।

ଦୁଇ ମାସ ପୂର୍ବରୁ ଲଲିତ ମୋଦୀ ତାଙ୍କ ଇନଷ୍ଟାଗ୍ରାମର ବାୟୋରେ ସୁସ୍ମିତା ସେନଙ୍କ ସଂପର୍କରେ ଏକ ଲମ୍ବା ପୋଷ୍ଟ ଲେଖିଥିଲେ। ଅଭିନେତ୍ରୀଙ୍କୁ ମାଇଁ ଲଭ ବୋଲି ବର୍ଣ୍ଣନା କରିବା ସହ ଫଟୋ ରଖିଥିଲେ। ହେଲେ ବର୍ତ୍ତମାନ ତାହା ପରିବର୍ତ୍ତନ ହୋଇଯାଇଛି। ଯେଉଁ କାରଣରୁ ତାଙ୍କ ବ୍ରେକଅପ୍ ବିଷୟରେ କଳ୍ପନାଜଳ୍ପନା ଚାଲିଛି।

ଜୁଲାଇ ୨୦୨୨ରେ ଲଲିତ ମୋଦୀ ଇନଷ୍ଟାଗ୍ରାମରେ ନିଜର ପ୍ରୋଫାଇଲ ଫଟୋ ପରିବର୍ତ୍ତନ କରିଥିଲେ। ଫଟୋରେ ତାଙ୍କୁ ସୁସ୍ମିତା ସେନଙ୍କ ସହ ଦେଖିବାକୁ ମିଳିଥିଲା। ଫଟୋ ବ୍ୟତୀତ ସେ ନିଜ ଇନଷ୍ଟାଗ୍ରାମ ବାୟୋରେ ଲେଖିଛନ୍ତି ଯେ ସେ ସୁସ୍ମିତା ସେନଙ୍କ ସହ ତାଙ୍କର ନୂଆ ଜୀବନ ଆରମ୍ଭ କରିଛନ୍ତି। ଲଲିତ ମୋଦୀ ସୁସ୍ମିତା ସେନଙ୍କୁ ପାର୍ଟନତ ଇନ୍‌ କ୍ରାଇମ୍‌ ଏବଂ ‘ମାଇଁ ଲଭ’ ବୋଲି କହିଥିଲେ। ଲଲିତ ମୋଦୀଙ୍କ ସମ୍ପର୍କ ଘୋଷଣାର ପ୍ରାୟ ଦେଢ ମାସ ପରେ ଲଲିତ ମୋଦୀ ଉଭୟ ଇନଷ୍ଟାଗ୍ରାମ ପ୍ରୋଫାଇଲ ଏବଂ ଇନଷ୍ଟା ବାୟୋ ପରିବର୍ତ୍ତନ କରିଛନ୍ତି।

ସେ ସୁସ୍ମିତା ଏବଂ ତାଙ୍କ ନାମକୁ ପ୍ରୋଫାଇଲ୍ ଫଟୋରୁ ହଟାଇ ଦେଇଛନ୍ତି । ଲଲିତ ମୋଦୀଙ୍କ ନୂଆ ପ୍ରୋଫାଇଲ ଫଟୋରେ ସେ ହସୁଥିବା ନଜର ଆସିଛନ୍ତି। ତାଙ୍କ ଇନଷ୍ଟା ବାୟୋ ବିଷୟରେ କହିବାକୁ ଗଲେ ଲଲିତ ମୋଦୀ ନିଜକୁ କେବଳ ଆଇପିଏଲର ପ୍ରତିଷ୍ଠାତା ବୋଲି କହିଛନ୍ତି। ତେବେ ଲଲିତ ମୋଦୀଙ୍କ ଦ୍ୱାରା ପ୍ରସ୍ତୁତ ପ୍ରୋଫାଇଲରେ ପରିବର୍ତ୍ତନ ହେତୁ ସେମାନଙ୍କ ବ୍ରେକଅପ୍ ବିଷୟରେ କଳ୍ପନାଜଳ୍ପନା କରାଯାଉଛି।