BusinessFeaturedLatest

ବ୍ରିଟେନକୁ ପଛରେ ପକାଇ ପଞ୍ଚମ ବୃହତ ଅର୍ଥନୀତିର ଦେଶ ହେଲା ଭାରତ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିର ଦେଶ ହେଲା ଭାରତ । ବ୍ରିଟେନ୍ ରେ ଏବେ ରାଜନୈତିକ ସଂକଟ ସହ ଆର୍ଥିକ ସଂକଟ ଦେଖାଦେଇଛି । ଆଉ ଏହି ସମୟରେ ଭାରତ ଠାରୁ ପଛରେ ପଡ଼ିଯିବା ବ୍ରିଟେନ୍ ସରକାରଙ୍କ ପାଇଁ ବଡ଼ ଝଟକା ହେବ । ଭାରତ ପଞ୍ଚମ ସ୍ଥାନକୁ ଉଠିବା ପରେ ବ୍ରିଟେନ୍ ତଳକୁ ଖସି ଷଷ୍ଠ ସ୍ଥାନରେ ପହଞ୍ଚିଛି । ଆମେରିକୀୟ ଡଲାର ତୁଳନାରେ ଏହି ହିସାବ କରାଯାଇଛି । ପ୍ରଥମ ତ୍ରୟମାସିକରେ ଜାରି ହୋଇଥିବା ଜିଡିପି ଫିଗରକୁ ହିସାବ କରି ଅନ୍ତର୍ଜାତୀୟ ମୁଦ୍ରା କୋଷ ଏହି ଆକଳନ କରିଛି ।

ସୂଚନା ଥାଉକି, ଚଳିତ ଦଶକରେ ଭାରତ ଅର୍ଥ ବ୍ୟବସ୍ଥାରେ ୧୧ ନମ୍ବର ସ୍ଥାନରେ ଥିବା ବେଳେ ବ୍ରିଟେନ୍ ପଞ୍ଚମ ସ୍ଥାନରେ ରହିଥିଲା । ହେଲେ ବ୍ରିଟେନ୍‌ ଏବେ ଭାରତର ପଛକୁ ପଡ଼ିଯାଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ଜାରି ହୋଇଥିବା ଜିଡିପିରେ ଭାରତ ଅର୍ଥବ୍ୟବସ୍ଥା ମଜଭୁତ ଥିଲା । ପ୍ରଥମ ତ୍ରୟମାସିକରେ ଜିଡିପି ବୃଦ୍ଧି ଦର ୧୩.୫ ପ୍ରତିଶତ ରହିଥିଲା । ଯାହା ଗତବର୍ଷ ଠାରୁ ଅଧିକ । ସେହିପରି ବାର୍ଷିକ ଆଧାରରେ ଭାରତର ଡିଜିପିରେ ବୃଦ୍ଧି ହେବାର ସମ୍ଭାବନା ରହିଛି ।