FeaturedLifestyle

ହ୍ୱାଟ୍ସଆପ୍ ଆଣିଲା ନୂଆ ଦମଦାର୍ ଫିଚର

ନୂଆଦିଲ୍ଲୀ ୨୯।୧: ହ୍ୱାଟ୍ସଆପ୍ ଏକ ନୂଆ ଦମଦାର୍ ଫିଚର ଆଣିଛି । ଏହି ଫିଚର ଫଳରେ କମ୍ପ୍ୟୁଟରରେ ଏବେ ଆପଣଙ୍କ ବ୍ୟତୀତ ଆଉ କେହି ଆପଣଙ୍କ ହ୍ୱାଟ୍ସଆପ୍ କନେକ୍ଟ କରିପାରିବେନି । ୟୁଜର୍ସଙ୍କୁ ସୁରକ୍ଷାକୁ ଧ୍ୟାନରେ ରଖି ହ୍ୱାଟ୍ସଆପରେ ଏବେ ଫେସ୍ ବା ବାୟୋମେଟ୍ରିକ୍ ସ୍କାନିଂ ଫିଚର ରହିବ । ୱେବ୍ ହ୍ୱାଟ୍ସଆପ୍ ଭର୍ସନରେ ଫିଙ୍ଗରଫ୍ରିଣ୍ଟର ସିକ୍ୟୁରିଟି ମିଳିଯିବ ।

ଏପର୍ଯ୍ୟନ୍ତ ୱେବ୍ ହ୍ୱାଟ୍ସଆପ୍ ଜରିଆରେ ସିଧା QR କୋଡ୍ ସ୍କାନ୍ କରି କମ୍ପ୍ୟୁଟରରେ କନେକ୍ଟ ହୋଇଯାଉଥିଲା । କିନ୍ତୁ ଏବେ କ୍ୟୁଆର୍ କୋଡ୍ ସ୍କାନ୍ କରିବା ପୂର୍ବରୁ ପ୍ରଥମେ ଫିଙ୍ଗରପ୍ରିଣ୍ଟ ଜରିଆରେ ଫୋନକୁ ଅନଲକ୍ କରିବାକୁ ହେବ । ଏହା ବ୍ୟତୀତ ଫେସ୍ ସ୍କାନର ଅପ୍ସନ ମଧ୍ୟ ରହିବ । ଏହି ଫିଚର ୟୁଜର୍ସଙ୍କ ପ୍ରାଇଭେସି ଓ ସିକ୍ୟେରିଟିକୁ ନେଇ ପ୍ରସ୍ତୁତ କରାଯାଇଛି । ଏହାପରେ ୟୁଜର୍ସଙ୍କ ସୂଚନା ବିନା ଅନ୍ୟ କେହି ୱେବ୍ ହ୍ୱାଟ୍ସଆପର ନୂଆ ସିଜନ କ୍ରିଏଟ୍ କରିପାରିବନି ।

ୱେବ୍ ହ୍ୱାଟ୍ସଆପରେ ଲଗଇନ୍ କରିବାର ଏହି ପ୍ରକ୍ରିୟା ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ହେବା ସହିତ ଅଧିକ ସ୍ପିଡ୍ ମଧ୍ୟ ରହିବ । ଏହା ବ୍ୟତୀତ ୱେବ୍ ହ୍ୱାଟ୍ସଆପର ଡିଜାଇନ୍ ମଧ୍ୟ ବଦଳିଯାଇଛି ।