କାହିଁକି କୈଳାଶ ପର୍ବତକୁ ଏପର୍ଯ୍ୟନ୍ତ କେହି ଚଢି ପାରିନାହାଁନ୍ତି ?…ସାମ୍ନାକୁ ଆସିଲା ରୋଚକ ତଥ୍ୟ
କୈଳାଶ ପର୍ବତ ଭାରତ ଏବଂ ତିବ୍ଦତ ସୀମା ବର୍ତ୍ତି ଆଂଚଳରେ ରହିଛି । କୈଳାଶ ପର୍ବତ ଭଗବାନ ଶିବଙ୍କ ପବିତ୍ର ବାସସ୍ଥାନ ବୋଲି ବିଶ୍ବାସ କରାଯାଏ । ସେଠାରେ ସେ ତାଙ୍କ ପତ୍ନୀ ପାର୍ବତୀ ଏବଂ ତାଙ୍କର ବାହନ ନନ୍ଦୀ ସହିତ ଏକ ଅନନ୍ତ ଧ୍ୟାନରେ ରହିଛନ୍ତି ବୋଲି କୁହାଯାଏ | ଏହି ସ୍ଥାନଟି ଗୌତମ ବୁଦ୍ଧଙ୍କ ବାସସ୍ଥାନ ବୋଲି ବୌଦ୍ଧଧର୍ମୀଙ୍କ ବିଶ୍ବାସ ରହିଥିବାବେଳେ ଏବଂ ଜୈନ ଧର୍ମର ଅନୁଗାମୀମାନେ ବିଶ୍ବାସ କରନ୍ତି ଯେ ଏହି ସ୍ଥାନ ତାଙ୍କର ଧର୍ମଗୁରୁ ଋଷଭ ଜ୍ଞାନ ପ୍ରାପ୍ତ କରିଥିଲେ। ଏହି ପର୍ବତର ଶିଖରରେ ଅନେକ ରହସ୍ୟ ରହିଥିବା ଲକ୍ଷ୍ୟ କରାଯାଇଛି । ଏଭରେଷ୍ଟଠାରୁ 2000 ଫୁଟ ଛୋଟ ହୋଇଥିଲେ ମଧ୍ଯ ଏହି ପର୍ବତର ଶିଖରରେ ଆଜି ଯାଏଁ କେହି ପହଞ୍ଚି ପାରି ନାହାଁନ୍ତି |
ପୌରାଣିକ କଥା ଅନୁଯାୟୀ, କୈଲାଶ ପର୍ବତ ଯେଉଁ ଠାରେ ଦେବତାମାନେ ବାସ କରନ୍ତି , ସେଠାରେ କୌଣସି ମର୍ତ୍ତ୍ୟର କୌଣସି ଜୀବିତ ପ୍ରାଣୀଙ୍କୁ ପ୍ରବେଶ କରିବାକୁ ଦିଆଯିବନାହିଁ । ଯିଏ ସେଠାକୁ ଯିବା ପାଇଁ ଚେଷ୍ଠା କରିବ ତାକୁ ମୃତ୍ୟୁଦଣ୍ଡ ଦିଆଯିବ। ଆସନ୍ତୁ ଜାଣିବା ଶିବଙ୍କ ଏହି ରହସ୍ୟମୟ ବାସସ୍ଥାନ ବିଷୟରେ –
କୈଳାଶ ପର୍ବତକୁ ଚଢିଲେ ମଣିଷ ଶିଘ୍ର ବୁଢା ହୋଇଯାଏ :–
ମର୍ତ୍ତ୍ଯଠାରୁ ଏହି ପର୍ବତ ସମୟ ଅଧିକ ତୀବ୍ର ଗତିରେ ଅତିକ୍ରଣ କରିଥାଏ । ଯେଉଁମାନେ ଏହି ପବିତ୍ର ପର୍ବତ ପରିଦର୍ଶନ କରିଥିଲେ, ସେମାନେ ଏହା ଦାବି କରିଛନ୍ତି । ବିଶେଷ ଭାବରେ ନଖ ଏବଂ କେଶର ଦ୍ରୁତ ଅଭିବୃଦ୍ଧି ଲକ୍ଷ୍ୟ କରିଛନ୍ତି । ନଖ ଏବଂ କେଶର ଅଭିବୃଦ୍ଧି ପାଇଁ ଯାହା ସାଧାରଣ ଅବସ୍ଥାରେ ପ୍ରାୟ 2 ସପ୍ତାହ ନେଇଥାଏ, ଏହି ପର୍ବତରେ ମାତ୍ର 12 ଘଣ୍ଟା ମଧ୍ୟରେ ସେତିକି ଅଭିବୃଦ୍ଧି ଘଟିଥାଏ । ଏହି ପର୍ବତରେ ଥିବା ବାୟୁ ମଣିଷକୁ ଶିଘ୍ର ବୃଦ୍ଧାବସ୍ଥା କରିବାରେ ସହାୟକ ହୋଇଥାଏ । ଥରେ ସାଇବେରିଆ ପର୍ବତାରୋହୀମାନେ କୈଳାଶ ପର୍ବତକୁ କିଛି ବାଟ ଚଢିଥିଲେ । ହେଲେ ସେଠାରେ ସେମାନେ ସମସ୍ତେ ଅଚାନକ ଭାବେ ବୁଢା ହୋଇଯାଇଥିଲେ । ଆଶ୍ଚର୍ଯ୍ୟର କଥା, ସମସ୍ତ ପର୍ବତାରୋହୀ ମାତ୍ର ଏକ ବର୍ଷ ମଧ୍ଯରେ ବାର୍ଦ୍ଧକ୍ଯଜନୀତ ରୋଗରେ ମୃତ୍ୟୁ ବରଣ କରିଥିଲେ ।
ପର୍ବତ ଉପରେ ବାସ କରୁଛନ୍ତି ଭଗବାନ:-
ତିବ୍ଦତୀୟ ପୌରାଣିକ କଥାବସ୍ତୁ ଅନୁଯାୟୀ, ମିଲାରପା ନାମକ ଜଣେ ତିବ୍ଦତୀୟ ବୌଦ୍ଧ ଭିକ୍ଷୁ ଥରେ କୈଳାଶ ପର୍ବତର ଶିଖରରେ ପହଞ୍ଚିବା ପାଇଁ ଯଥେଷ୍ଟ ଉଦ୍ୟମ କରିଥିଲେ । ସେ ଫେରିବା ପରେ ସେ ଏହି ପର୍ବତ ଚଢିବା ପାଇଁ ସମସ୍ତଙ୍କୁ ମନା କରିଥିଲେ । ଶିଖରରେ ଭଗବାନ ବିଶ୍ରାମ ନେଉଥିବାରୁ ତାଙ୍କୁ ବ୍ୟଥିତ ନକରିବା ପାଇଁ କହିଥିଲେ । ସେ ପୁଣି କହିଥିଲେ ଯେ ଏହି ପର୍ବତ ନିଜର ସ୍ଥାନ ସବୁ ସମୟରେ ପରିବର୍ତ୍ତନ କରିଥାଏ । ଏଥିଯୋଗୁଁ ପର୍ବତାରୋହୀମାନେ ବିଭ୍ରାନ୍ତ ହୋଇ ବାଟବଣା ହୋଇଥାନ୍ତି । ପର୍ବତାରୋହୀମାନେ ଜାଣିନପାରି ବିପରୀତ ଦିଗକୁ ଗତିକରିଥାନ୍ତି । ସେପଟେ ସେମାନେ ବାଟରେ ହଠାତ୍ ଖରାପ ପାଗର ସମ୍ମୁଖୀନ ହୋଇ ପର୍ବତରୁ ଅବତରଣ କରିବା ପାଇଁ ବାଧ୍ଯ ହୋଇଥାନ୍ତି । ଏପରି ହୋଇଛି ଯେ ଯେଉଁମାନେ ଏହି ପର୍ବତକୁ ଚଢିବା ପାଇଁ ଚେଷ୍ଠା କରିଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଆଉ ଫେରିନାହାଁନ୍ତି । ଆଜି ପର୍ଯ୍ଯନ୍ତ କେହି ଏହି ପର୍ବତର ଶିଖରକୁ ପହଞ୍ଚିବାରେ ସଫଳ ହୋଇନାହାଁନ୍ତି ।
ବ୍ରହ୍ମାଣ୍ଡର ଅକ୍ଷ ହେଉଛି କୈଳାଶ ପର୍ବତ :-
ଋଷ ଏବଂ ଆମେରିକାର ବୈଜ୍ଞାନିକମାନେ ଏହି ପର୍ବତ ଉପରେ ଅନେକ ଅଧ୍ଯୟନ କରିଛନ୍ତି । ଏହି ଅଧ୍ଯୟନରେ ବିଶ୍ବାସ କରାଯାଏ ଯେ ପବିତ୍ର ଶିଖର ହେଉଛି ବିଶ୍ବର କେନ୍ଦ୍ରସ୍ଥଳୀ । ଏହାକୁ ଅକ୍ଷର ମୁଣ୍ଡି କୁହାଯାଏ। ଏହିଠାରୁ ହିଁ ସ୍ବର୍ଗକୁ ରାସ୍ତା ଥିବା କୁହାଯାଉଛି । ପୃଥିବୀର ବିଭିନ୍ନ ଦେବପୀଠ ସହିତ ଏହା ଯୋଡି ହୋଇ ରହିଥିବା କୁହାଯାଉଛି । କୈଲାଶ ପର୍ବତକୁ ବେଦରେ ବ୍ରହ୍ମାଣ୍ଡ ଅକ୍ଷ ବା ବିଶ୍ୱ ବୃକ୍ଷ ଭାବରେ ବିବେଚନା କରାଯାଏ । ରାମାୟଣରେ ମଧ୍ଯ ଏହି ବିଷୟ ଉଲ୍ଲେଖ କରାଯାଇଛି ।
ସ୍ୱର୍ଗ ଏବଂ ପୃଥିବୀ ମଧ୍ୟରେ ସଂଯୋଗ ସ୍ଥାପନ କରୁଛି କୈଳାଶ ପର୍ବତ :-
କୈଲାଶ ପର୍ବତର ଚାରି ମୁଖ ଚାରି ଦିଗକୁ ମୁହାଁଇଛି । ବେଦ ଅନୁଯାୟୀ ଏହି ପର୍ବତ ସ୍ୱର୍ଗ ଏବଂ ପୃଥିବୀ ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ । ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ ଏବଂ ଜୈନ ଧର୍ମର ଅନୁଗାମୀମାନେ ବିଶ୍ୱାସ କରନ୍ତି ଯେ କୈଳାଶ ପର୍ବତର ଶିଖର ହେଉଛି ସ୍ୱର୍ଗର ଦ୍ୱାର। ଦ୍ରୌପଦୀଙ୍କ ସହ ପାଣ୍ଡବମାନେ ମୋକ୍ଷ ହାସଲ କରିବା ପାଇଁ ଏହି ପର୍ବତକୁ ଚଢିଥିଲେ । ଚଢିବା ସମୟରେ ଜଣେ ପରେ ଜଣେ ତଳକୁ ଖସି ପଡିଥିଲେ । କେବଳ ଯୁଧିଷ୍ଟିର ଏବଂ ତାଙ୍କ ସହିତ ଥିବା ଗୋଟିଏ କୁକୁର ଏହି ସ୍ବର୍ଗର ଦ୍ବାର ପର୍ଯ୍ଯନ୍ତ ପହଞ୍ଚି ପାରିଥିଲେ । ହେଲେ ତାଙ୍କୁ ମଧ୍ଯ ସ୍ବର୍ଗକୁ ପ୍ରବେଶ କରିବାକୁ ଦିଆଯାଇନଥିଲା ।
ପର୍ବତରେ ସୃଷ୍ଟି ହୋଇଥାଏ ସ୍ବସ୍ତିକ ଏବଂ ଓମ୍ ର ପ୍ରତିକ :-
ସୂର୍ଯ୍ୟ ଅସ୍ତ ହେବାବେଳେ ପର୍ବତ ଏକ ଛାଇରେ ହିନ୍ଦୁ ଧାର୍ମିକ ପ୍ରତିକ ସ୍ବସ୍ଥିକ ଆକାର ସୃଷ୍ଟି ହୋଇଥାଏ । ସ୍ବସ୍ଥିକକୁ ହିନ୍ଦୁମାନଙ୍କ ମଧ୍ୟରେ ଏକ ଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ । ସେହିପରି ଏହି ପର୍ବତର ଶିଖରରେ ବରଫ ପଡିଲେ ଏହା ଓଁ ର ଆକାର ସୃଷ୍ଟି ହୋଇଥାଏ ।
କୈଳାଶ ପର୍ବତର ପାଦଦେଶରେ ଦେବତା ଓ ଅସୁରଙ୍କ ପାଇଁ ରହିଛି ହ୍ରଦ:-
କୈଳାଶ ମାନସରୋବର ଏବଂ ରାକ୍ଷସ ତାଲ । ମାନସରୋଭାରର ଗୋଲାକାର ଆକୃତି ଅଛି ଯାହା ସୂର୍ଯ୍ୟଙ୍କ ପରି ଏବଂ ରାକ୍ଷସ ତାଲ ଚନ୍ଦ୍ରଗ୍ରହଣର ରୂପ ନେଇଥାଏ | ଦୁଇଟି ହ୍ରଦ ଯଥାକ୍ରମେ ସକାରାତ୍ମକ ଏବଂ ନକାରାତ୍ମକ ଶକ୍ତିକୁ ପ୍ରତିନିଧିତ୍ୱ କରେ | ଅନ୍ୟ ଏକ କୌତୁହଳପୂର୍ଣ୍ଣ କଥା ହେଉଛି ଯେ ମାନସରୋବରର ଜଳ ମଧୁର ହୋଇଥିବାବେଳେ ରାକ୍ଷସ ତାଲର ପାଣି ଲୁଣିଆ ।
ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ପବିତ୍ର କୈଲାଶ ପର୍ବତକୁ ତୀର୍ଥଯାତ୍ରା ପାଇଁ ଆସିଥାନ୍ତି। ପବିତ୍ର ପର୍ବତକୁ ଚାରିପଟେ ପରିକ୍ରମା କରି ସେମାନେ ନିଜର ଯାତ୍ରା ସମାପନ କରିଥାନ୍ତି । ହେଲେ କେହି ଏହି ପର୍ବତକୁ ଚଢିବା ପାଇଁ ଉଦ୍ଯମ କରିନାହାଁନ୍ତି । ଯିଏ ବି ସାହାସ ସଂଚୟ କରି ଏହାକୁ ଚଢିବା ପାଇଁ ଉଦ୍ଯମ କରି ସେ ଆଉ ଜୀବିତ ଫେରିନାହିଁ ।