Viral Video

ପଞ୍ଚଲିଙ୍ଗେଶ୍ବରରେ ଅହିରାଜ ଓ ନେଉଳ ମଧ୍ୟରେ ଘମାଘୋଟ ଲଢେଇ.. ଦେଖନ୍ତୁ ଭାଇରାଲ ଭିଡିଓ

ନୀଳଗିରି ୧୩।୨ : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ଥିବା ପ୍ରସିଦ୍ଧ ଶୈବପୀଠ ପଂଚଲିଙ୍ଗେଶ୍ୱରରେ ଆଜି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ବିରାଟକାୟ ଅହିରାଜ ସାପ ସହିତ ଏକ ନେଉଳର ଘମାଘୋଟ ଲଢେଇ ହୋଇଥିବା ଦେଖାଯାଇଛି। ସାପଙ୍କର ରାଜା ଅହିରାଜକୁ ଦେଖିଲେ ଯେକେହି ପଛ ଘୁଞ୍ଚାଦେବ। ହେଲେ ଏକ ଛୋଟ ନେଉଳ ଆଜି ଲଢେଇ କରି ତାକୁ ଘାଇଲା କରି ପକାଇଛି।

ସାପଟି ଗୁରୁତର ହୋଇପଡିଥିଲା। ସାପଟି ଜୀବନ ବିକଳରେ ଗଛ ଉପରକୁ ଯାଉଥିବା ବେଳେ ନେଉଳଟି ଲାଙ୍ଗୁଡକୁ କାମୁଡ଼ି ତଳକୁ ପକାଇ ଦେଉଥିଲା। ସତେ ଯେପରି ଲାଗୁଥିଲା ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବ। ନିଜକୁ କେବେ ଛୋଟ ଭାବିବା ଅନୁଚିତ। ଏଭଳି ଶିକ୍ଷା ଦେଇଛି ନେଉଳ। ସେହି ଅଞ୍ଚଳର ଟୁରିଷ୍ଟ ଗାଇଡ଼ ମନୋରଂଜନ ଦାସ ଖବର ପାଇ ଅହିରାଜ ସାପଟିକୁ ଉଦ୍ଧାର କରି କୂଳଡିହା ବନବିଭାଗକୁ ହସ୍ତାନ୍ତର କରିଥିଲେ। ସାପଟିକୁ ନୀଳଗିରି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇଥିବା ବେଳେ ସୁସ୍ଥ ହେଲେ କୂଳଡିହା ଅଭୟାରଣ୍ୟରେ ଛଡାଯିବ ବୋଲି ସୂଚନା ମିଳିଛି।