CulturalFeaturedLatest

ପର୍ବପର୍ବାଣୀ ପାଳନ ଉପରେ ଲାଗୁ ହେଲା କଟକଣା

ଭୁବନେଶ୍ୱର ୨୬।୦୩ : ଆଗକୁ ଆସୁଥିବା ବିଭିନ୍ନ ପର୍ବପର୍ବାଣୀ ପାଳନ ଉପରେ ଲାଗୁ ହେଲା କଟକଣା । ଅଧିକ ଗହଳି ଏଡ଼ାଇବାକୁ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଖାସକରି ଗୁଡ଼୍‌ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା, ଦଣ୍ଡ ଯାତ୍ରା, ରାମ ନବମୀ ଆଦି ଉପରେ କଟକଣା ଜାରି କରାଯାଇଛି । ସର୍ବସାଧାରଣ ସ୍ଥାନରେ ଏସବୁ ପର୍ବ ପାଳନକୁ ବାରଣ କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ପୁଣି ଥରେ କାୟା ମେଲାଇବାକୁ ଆରମ୍ଭ କଲାଣି କରୋନା ମହାମାରୀ। ଦୈନିକ ସଂକ୍ରମଣ ଏବେ ଉପରମୁହାଁ ଥିବାରୁ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ୨ ଦିନ ହେଲା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ପାର୍‌ ହେଉଛି । ଯାହାକି ଏକ ଚିନ୍ତାଜନକ ବିଷୟ । ତେବେ କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ହେବାକୁ ଥିବା ୬ଟି ପର୍ବ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ସର୍ବସାଧାରଣ ସ୍ଥାନରେ ଏସବୁ ପର୍ବ ପାଳନକୁ ବାରଣ କରିଛନ୍ତି ରାଜ୍ୟ ସରକାର । ଅଧିକ ଜନଗହଳିରେ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।