CulturalFeatured

ସିଲ୍ ହୋଇନାହିଁ ଖୀରଚୋରା ଗୋପୀନାଥ ମନ୍ଦିର…

ବାଲେଶ୍ବର ୧୩।୦୪ : ( ସଂକେତ୍ ଟିଭି ) ସିଲ୍ ହୋଇନାହିଁ ବାଲେଶ୍ବର ଜିଲ୍ଲା ରେମୁଣାଠାରେ ଥିବା ପ୍ରସିଦ୍ଧ ଖୀରଚୋରା ଗୋପୀନାଥ ମନ୍ଦିର । ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କୌଣସି କଟକଣା ଲାଗୁ ହୋଇନାହିଁ । ଭକ୍ତମାନେ ଅବାଧରେ ଯାଇ ଦର୍ଶନ କରିପାରିବେ ।

ଖୀରଚୋରା ଗୋପୀନାଥ ମନ୍ଦିରକୁ ଜିଲ୍ଲାପାଳ ସିଲ୍ କରିଥିବା ନେଇ ଏକ ଖବର ଗୋଟିଏ ଆଗଧାଡିର ଓଡିଆ ଖବରକାଗଜରେ ପ୍ରକାଶ ପାଇବା ପରେ ଚର୍ଚାର ପରିସରକୁ ଆସିଥିଲା । ଜିଲ୍ଲାପାଳ ମନ୍ଦିରକୁ ଯାଇ ମୁଖଶାଳା ଗେଟ୍ କୁ ସିଲ୍ କରିଛନ୍ତି ଏବଂ ଅଚାନକ ଭାବରେ ଜିଲ୍ଲାପାଳଙ୍କ ପଦକ୍ଷେପ ପରେ ଅନେକ ଶ୍ରଦ୍ଧାଳୁ ନିରାଶ ହୋଇ ଫେରିଛନ୍ତି ବୋଲି ଖବରକାଗଜରେ ପ୍ରକାଶ ପାଇଛି ।

ଏନେଇ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯିବାରୁ ସେମାନେ କହିଛନ୍ତି ଯେ ଏହା ସଂପୂର୍ଣ୍ଣ ଭାବରେ ମିଥ୍ଯା ଖବର । ଜିଲ୍ଲାପାଳ ମନ୍ଦିରକୁ ଆସିନାହାଁନ୍ତି । ମନ୍ଦିରକୁ ସିଲ୍ ମଧ୍ଯ କରାଯାଇନାହିଁ । ଶ୍ରଦ୍ଧାଳୁମାନେ ଅବାଧରେ ଦର୍ଶନ କରିପାରିବେ ବୋଲି ମନ୍ଦିରର ଟ୍ରଷ୍ଟବୋର୍ଡର କର୍ମଚାରୀ ଜୟନ୍ତ ବରାଳ କହିଛନ୍ତି ।

କୋଭିଡ୍ ଗାଇଡ୍ ଲାଇନ ଅନୁସାରେ ମନ୍ଦିରକୁ ସାନିଟାଇଜ୍ କରାଯାଉଛି । ଏବେ କୋଭିଡ୍ ନିୟମ ପାଳନ କରିବା ପାଇଁ ଶ୍ରଦ୍ଧାଳୁଙ୍କୁ ସଚେତନ କରାଯାଉଛି ବୋଲି ସେ କହିଛନ୍ତି ।