EducationFeaturedLatest

ଜୁନ୍ ପହିଲାରୁ ରାଜ୍ଯରେ ଖୋଲିବ ବିଶ୍ୱବିଦ୍ୟାଳୟ ଓ କଲେଜ

ଭୂବନେଶ୍ବର ୨୮।୫: (ସଂକେତ୍ ଟିଭି) ଜୁନ୍ ପହିଲାରୁ ରାଜ୍ଯରେ ଖୋଲିବ ବିଶ୍ୱବିଦ୍ୟାଳୟ ଓ କଲେଜ । ଏନେଇ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ।

ରାଜ୍ଯରେ କରୋନା ସଂକ୍ରମଣର ଦ୍ବିତୀୟ ତରଙ୍ଗ ଆସିବା ପରେ ମେ ୩୧ ତାରିଖ ଯାଏ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖରାଦିନ ଛୁଟି ଘୋଷଣା କରାଯାଇଥିଲା। ଗ୍ରୀଷ୍ମ ଛୁଟି ସରିବା କ୍ଷଣି ଶିକ୍ଷାନୁଷ୍ଠାନ ଖୋଲିବା ଦିଗରେ ପଦକ୍ଷେପ ନେବାକୁ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି ।

ଅନ୍ୟପଟେ ରାଜ୍ୟରେ ପାଠପଢା ଓ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ସ୍କୁଲ ଖୋଲିବା ଓ ପାଠପଢା ନେଇ କେନ୍ଦ୍ର ସହ ଆଲୋଚନା ହେବା ସହ ସମୀକ୍ଷା କରାଯାଇଛି। ଶିକ୍ଷାବର୍ଷ ଏକ ପ୍ରକାର ସରିଯାଇଛି, କିନ୍ତୁ ସ୍କୁଲ ଖୋଲାଯାଇ ପାରିନାହିଁ। ସର୍ବଭାରତୀୟ ସ୍ତରରେ ଗୋଟିଏ ବାଟ ବାହାରି ପାରିଲେ ଭଲ ହୁଅନ୍ତା। ଜୁନ ପ୍ରଥମ ସପ୍ତାହରେ ଏନେଇ ଚିନ୍ତା କରାଯିବ ବୋଲି ସେ କହିଛନ୍ତି ।