FeaturedLatestNewsPolitics

ଭୋଟ୍ ଦେଲେ ନବୀନ, କହିଲେ ବିପୁଳ ବିଜୟ ହାସଲ କରିବ ବିଜେଡି

ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ଭଳି ଲମ୍ୱା ଲାଇନ୍ ରେ ଯାଇ ଭୋଟ ଦେଇଛନ୍ତି । ସେ ଏରୋଡ୍ରମ ୟୁପି ସ୍କୁଲ୍ ବୁଥ ନଂ ୧୧୪ରେ ଯାଇ ଭୋଟ ଦେଇଛନ୍ତିନ । ଏହାସହ ସେ ସାଧାରଣ ଲୋକଙ୍କୁ ଭୋଟଦେବାକୁ ଅପିଲ୍ କରିଛନ୍ତି ।

ସୂଚନା ଅନୁସାରେ, ନବୀନ ନିବାସରୁ ଚାଲି ଚାଲି ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ଦେଇଛନ୍ତି । ଭୁବନେଶ୍ବର ଏରୋଡ୍ରମ ୟୁପି ସ୍କୁଲରେ ପହଞ୍ଚି ଭୋଟ୍ ଦେଇଛନ୍ତି ନବୀନ । ନିଜର ମତଦାନ ସାବ୍ୟସ୍ତ କରିବା ପରେ ସେଲ୍ଫି ପଏଣ୍ଟରେ ଫଟୋ ଉଠାଇଥିଲେ । ସେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ଭୋଟ ଦେଇଛନ୍ତି। ଭୋଟ ଦେବା ପରେ ନବୀନ କହିଛନ୍ତି, ଗଣତନ୍ତ୍ରର ମହାନ୍ ପର୍ବରେ ସାମିଲ ହୋଇ ବହୁତ ଖୁସି ।

ଏହାସହ ନବୀନ କହିଛନ୍ତି ଯେ ବିଜେଡି ଉଭୟ ଲୋକସଭା ଓ ବିଧାନସଭାରେ ଭଲ ପ୍ରଦର୍ଶନ କରିବ। ବିଜେଡି ଉପରେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ରହିଛି । ମହାପ୍ରଭୁ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଓଡ଼ିଶାରେ ବିଜେଡି ସ୍ଥିର ସରକାର ଗଠନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।